ପୃଷ୍ଠା:Sashi Sena.pdf/୪୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦ୍ୱିତୀୟ ଛାନ୍ଦ
ରାଗ - ବିଭାସ
(ଅଳସୀ ବାଣୀ ବା ଘୋଷି ସମ୍ପାଦି ବାଣୀରେ ଗାଇବ)
ୟେଥୁ ଅନନ୍ତରେ ଶୁଣ ତୁ ଗୋ ଭାବିନି ସୁମତି ।
ବିକ୍ରମକେଶରୀ ନୃପତି ଭାରିଯା ସତ୍ୟବତୀ ।୧।
ଶଶିସେଣା ବାଳୀ ଅଟଇ ଗର୍ଭେ ଜାତ ତାହାର ।
ସୁନ୍ଦର ସୁଜାଣ ଶିରୋମଣି ତନୁ ସୁକୁମାର ।୨।
ସର୍ବଗୁଣେ ସେ ବିଚକ୍ଷଣ କ୍ଷିତି ମଧ୍ୟରେ ନାହିଁ ।
ଛାଡ଼ି ବିଷୟା ନିର୍ମାଣିଲା ବିହି ସୂମନ ଦେଇ ।୩।
ଶରଦ ଚନ୍ଦ୍ରମା ଆନନ, ବେନି ଚକୋର କି ସେ ।
ଫୁଲ୍ଲାରବିନ୍ଦ ସୁଗନ୍ଧେ କି ଅଳି ଲାଳସେ ବସେ ।୪।
ଭ୍ରୂଲତା କି କାମ କମାଣ, ଶର ଲୋଚନ ବେନି ।
ତାଟଙ୍କ ଶାଣେ ବସାଇଣ ବିନ୍ଧେ ଅପାଙ୍ଗ ଘେନି ।୫।

୨-୨- ସୁନ୍ଦରୀ ସୁଜାଣ ପ୍ରଚାର, ତନୁ ତା ସୁକୁମାର (କ) । ୫-୧ - ଭୂରୁହିଁ କାମ-କମାଣ ଜିଣି ବାଳୀ ଲୋଚନ ବେନି (ଖ,ଗ) ।


୪। ଭ୍ରୂଲତା ହେଲା କାମର ଧନୂ, ଆଖି ଦିଓଟି ହେଲା ଶର । କାନର ତାଟଙ୍କ ଶାଣ ପରି, ତ‌ହିଁରେ ସେ ଶରକୁ ଶାଣ ଦେଇ (ଅପାଙ୍ଗ) ଆଖି ଠାରିବା ବାହାନାରେ ବିନ୍ଧେ ।
୫। ଫୁଲ୍ଲାରବିନ୍ଦ - ଫୁଟନ୍ତା ପଦ୍ମଫୁଲ । ଅଳି - ଭଅଁର । ଶରଦ ---- କି ସେ - ମୁହଁଟି ହେଲା ଶରତକାଳର ଚାନ୍ଦ ପରି, ଆଖି ଦିଓଟି ହେଲା ଚକୋର । ଚକୋର ଚଢ଼େଇ ଜ‌ହ୍ନ ଆଲୁଅକୁ ଭାରି ଭଲପାଏ । ତେଣୁ ଜ‌ହ୍ନରାତିକୁ ସେ ଛାଡ଼ି ପାରେ ନା ବା ଭୁଲି ନ ପାରି ସବୁବେଳେ ସେ ରାତିରେ ଆନନ୍ଦରେ ବୁଲେ । ଆଖି ସେହିପରି ମୁହଁଟିକୁ ଛାଡ଼ି ଆଉ କୁଆଡ଼େ ଯାଏନା । ତେଣୁ କବି ଆଖିକୁ ଚକୋର ଏବଂ ମୁହଁକୁ ଜ‌ହ୍ନ ବୋଲି କ‌ହିଅଛନ୍ତି ।