ପୃଷ୍ଠା:Sashi Sena.pdf/୪୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦ୍ୱିତୀୟ ଛାନ୍ଦ
୧୧
 


ଶୋଣ ପଦ୍ମଚରଣ ବେନି, ରତ୍ନ ମଞ୍ଜୀର ସାଜେ ।
ଥଳ ତେଜି ଜଳ ମରାଳେ ଦେଖି ପଶିଲେ ଲାଜେ । ୧୮ ।
ଗତି ଯୁବତୀ ଗଜରାଜ ଜିଣି ଦେଖେ ଅବନୀ ।
ସୁନ୍ଦରପଣେ ସମ ନାହିଁ ୟେହୁଁ ଭୂବନ ତିନି । ୧୯।
ହରଷରେ ଚିତ୍ତ ହରନ୍ତି, ଚିତ୍ତ ଉନ୍ନତ୍ତ ହୋନ୍ତି ।
ମନ ଉତ୍ସୁକ ଥିର ନୋହେ ଦୁଖ ଚଞ୍ଚଳ ମତି । ୨୦ ।
ରତ୍ନମୟ ଦିବ୍ୟ ମନ୍ଦିରେ ବିଜେ ନୃପତ୍ତି ଜେମା ।
ମନ ଜାଣି ସେବେ ତରୁଣୀ ସଙ୍ଗେ ଲକ୍ଷେକ ବାମା । ୨୧ ।
ଦକ୍ଷିଣ ସିନ୍ଧୁ, ଉତ୍ତର ପାର୍ଶ୍ୱେ ଦେଶ ନୀଳଗିରି ।
ବଉଧରୂପେ ଦାରୁବ୍ରହ୍ମ ଯହିଁ ବିଜୟେ କରି । ୨୨ ।
ସୁଜନ ଜନ ନିରନ୍ତରେ କର ସେ ରୂପ ଲୋୟେ ।
ଦୀନ ଜନ ମୁର୍ଖ କହଇ ଶିଶୁ ପ୍ରତାପ ରାୟେ । ୨୩ ।


୧୮ । ଶୋଣିତ - ଜାଲ ! ରତ୍ନ ମଞ୍ଜୀର-ରତ୍ନରେ ତିଆରି ନୂପୁର । ମରାଳ-ହଂସ !

୧୯ । ଗତି - ଚାଲି । ଗଜରାଜ - ହାତୀଙ୍କ ରାଜା ଐରାବତ । ଅବନୀ - ପୃଥିବୀ !