ପୃଷ୍ଠା:Sashi Sena.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଇବ ? ଶଶିସେଣା ଏଥିରେ ନ ଭୂଲି ଜିଦ୍ କରି ବସିବାରୁ ଅଭିମନ୍ୟୁ ତାକୁ ନଈକୂଳକୁ ଡ଼ାକି ନେଲା ଏବଂ ଛାତିଏ ପାଣିରେ ପଶି କହିଲା-

କହ କହ ସୁନ୍ଦରି ଗୋ! ମୋଠାରେ ଲୋଡ଼ା
କିବା ମୋର ନାମେ ଅଛି ତୁମ୍ଭ ଶରଧା”

ଶଶି ସେଣା ଓ ରଜାଝିଅ—ଦୁହେଁ କହିଲେ:-

"ନ କରଟି ସ୍ୱାମି ! ଆମ୍ଭଠାରେ ଅବିଶ୍ୱାସ
ନାମରେ ତୁମ୍ଭର ଆମ୍ଭେ ହୋଇବୁ ସନ୍ତୋଷ"

ସେଉଠୁ ଅଭିମନ୍ୟୁ କହଲା :-
"ଯାଅ ଯାଅ, ସୁନ୍ଦରି ଗୋ ! କରିବ ଘର
ମୋ ନାଁ ନାଗଲୋକେ ହଳାହଳ କୁମର”

ଏତକ କହିଦେଇ ଅଭିମନ୍ୟୁ ପାଣିରେ ବୁଡ଼ିଗଲା ଯେ, ଆଉ ଉଠିଲା ନାହିଁ । ଏହାଦେଖି ଦୁଇ ସଉତୁଣୀ ଯାକ କାନ୍ଦି କାନ୍ଦିକା ସେହି ଯାଗାରେ ଯାଇଁ ବୁଡ଼ିଲେ ଏବଂ ଅଭିମନ୍ୟୁ ପଛେ ପଛେ ଯାଇଁ ନାଗଲୋକରେ ପହଞ୍ଚିଲେ । ସେଠାରେ କିଛିଦିନ ରହି ଅପସରା ମାନଙ୍କ ସଙ୍ଗେ ମିଶି ନାଗରଜା ବାସୁକି ଆଗରେ ନାଚ କଲେ । ସେ ଏମାନଙ୍କ ନାଚରେ ଭାରି ଖୁସି ହୋଇ ଥରକର ବର ମାଗିବାକୁ କହିବାରୁ ଏମାନେ ଅଭିମନ୍ୟୁକୁ ଚିହ୍ନାଇ ଦେଇ କହିଲେ, ଆମକୁ ଏହ ପୁରୁଷଟିକୁ ଦିଅ । ଏ କଥା ଶୁଣି ତାଙ୍କ ନାଗଭାରିଯା ମାନେ ଏ ଦୁଇ ସଉତୁଣୀଙ୍କ ସଙ୍ଗେ ଭାରି କଳିଗୋଳ ଲଗାଇଲେ । ଶେଷରେ ନିଜେ ବାସୁକି କଳି ଭାଙ୍ଗି ଦେଇ କହିଲେ, ତୁମ୍ଭେମାନେ ଏ ପୁରୁଷକୁ ନିଅ, ଏ ମଞ୍ଚପୁରରେ ଛ’ମାସ ଓ ପାତାଳ ପୁରରେ ଛ’ମାସ ରହିବ । ଏକଥା ସମସ୍ତଙ୍କ ମନକୁ ପାଇଲାରୁ ସମସ୍ତେ ତୁନିତାନି ହୋଇଗଲେ ।