ପୃଷ୍ଠା:Sashi Sena.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଷଷ୍ଠ ଛାନ୍ଦ
୩୯
 

ବୋଲଇ ବଚନ,
ଉଠ ଗୋ ମାୟେ କରସି ରନ୍ଧନ । ୨୨ |
ଚରଣ ପଖାଳି ଚଳଇ ବାଳୀ ।
କରଇ ସଂପାଗ ମନ ହିଆଳି ।
ଅଗ୍ନି ଜାଳନ୍ତେ ଥମ୍ବିଲା ରାଢ଼େଣୀ ।
ଅନେକ ଜାଳେ ନ ତାତିଲା ପାଣି ।
ତା ଚକିତ ପାଇ,
ବୋଲନ୍ତି ୟେହା ତ ଦେଖିଲା ନାହିଁ । ୨୩ ।
ନିଶ୍ଚେ ଜାଣିଲୁ ଖଣ୍ଟପୁରୀ ୟେହି ।
ୟେଠାରେ ଥିଲେ ଭଲ ଗତି ନାହିଁ ।
କୁମର ବୋଲଇ କିସ କରିବା ।
ସୁନ୍ଦରୀ ବୋଲେ ଚାଲ ଏଥୁଁ ଯିବା ।
ସେ ୟେମନ୍ତ ଶୁଣି,
ଯିବାର ସଜ ବେଗେ ହେଲେ ବେନି । ୨୪ ।
ତାହା ଦେଖିଣ ପଚାରଇ ବୁଢ଼ୀ ।
ସଜ ତ ହୋଇଲ ରାନ୍ଧଣା ଛାଡ଼ି ।
କୁମର ବୋଲଇ ହେଲା ଉଛୁର ।
ଆଜର ବସା ଅଛି ବଡ଼ ଦୂର ।
ଏତେ ତାକୁ କହି,
ହୟ ଆରୋହି ଗଲେ ବେଗ ହୋଇ । ୨୫ ।


୨୩। ବରଇ ସଂପାଗ-ରୋଷେଇ କରେ । ମନ ହିଆଳି (ହୃଦୟାଳୁ ଶବ୍ଦଜ)--ମନ ମୁତାବକ । ରାଢ଼େଣୀ-ନିଷ୍ଣୁରା ସ୍ତ୍ରୀ ।୨୫। ହୟ-ଘୋଡ଼ା ।