ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୪୩୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବିଦଗ୍ଧ ଚିନ୍ତାମଣି

ସେ ବୋଇଲା ଆହେ ନାଗରବର । ଦର କରନ୍ତି ବା ବେପାର ମୋର ।
ଦରପଣଲଗା କରଭୂଷଣ । କିଛି ଇଚ୍ଛା ହେଲେ ନିଅ ଆପଣ ।
ମୋହୋର ଜୀବିକା ଯେ । କେବଳ ମାତ୍ର ରାଗ ଜତୁ ଏକା । ୮ ।

ତହୁଁ ଗୋବିନ୍ଦ ବେଗେ ଗଲେ ଚଳି । ସୁନାରୀ ବୈଶ୍ୟ ଦ୍ୱାରେ ଯାଇ ମିଳି ।
ଡାକିଲେ କେହି ନାହିଁକି ଏ ଘରେ । ନାରୀ ଭାଷିଲା ଲୋଡ଼ୁଛ କାହାରେ ।
ଗୋବିନ୍ଦ ଉତ୍ତର ଯେ । ସୁନାରୀ ଉରଜ ଲୋଡ଼ା ଆମ୍ଭର । ୯ ।

ନାରୀ ବୋଇଲା ହେ ଲୋଡ଼ି କି ଆଶେ । କରଜ ଡରେ ଲୁଚିଛନ୍ତି ବାସେ ।
ନେବ କି ତୁମ୍ଭେ ମୋତେ ତାହା କହ । କୃଷ୍ଣବାଣୀ ଧନ ପାଇଁ ଆଗ୍ରହ ।
ସୁପତ୍ରାବଳୀରେ ଯେ । କରଜ ଗୋଜା ଲେଖିଦେବୁଁ ଖରେ । ୧୦ ।



୫-୩ ଥିଲେ ଦୁଧ ଦାନୀ-ଚ; ୭-୧ ଆହେ ନବନାଗର-ଚ, ଠ; ୮-୩ ବେଳେ
ମାତ୍ର ରାଗ ଜଉତୁକା-ଚ;