ପୃଷ୍ଠା:Bidagdha Chintamani (Abhimanyu Samanta Singhara).pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବିଦଗ୍ଧ ଚିନ୍ତାମଣି

text

ଥୋକେ ସ୍ଥଳ ହେବ ଦ୍ରାକ୍ଷାଗୁଡ଼କୃତ ପାକ । ଥୋକେ ପାକ ନାରିକେଳ ଖର୍ଜୂରରୋଚକ ହେ ।୩୩। ଦିବ୍ୟ ଅଦିବ୍ୟ ଭାଷାରେ ପଦ ହେବ ସିଦ୍ଧି । ଦେଖ ମହାଜନମାର୍ଗ ପରମ୍ପରା ବିଧି ହେ ।୩୪। ଧ୍ରୁବ ଶବ୍ଦ ସାକ୍ଷାତ ଉପମା ଅନୁମାନ । ଧରି ବିଚାରିଲେ ହେବ ଏଥି ଅର୍ଥଜ୍ଞାନ ହେ ।୩୫। ନୀରସ ଗୋରସ ପରିପାକ ପରା ହୋଇ । ନିଷ୍ଥା ବେଳୁଁ ବେଳ ବୃଦ୍ଧି ହେବ ସ୍ୱାଦୁଦାୟୀ ହେ ।୩୬।

ସାଧୁସ୍ତୁତି :- ପ୍ରେମ ପରିପାକ ଧୀର ଘନ ପରାୟେତ । ପାଣି