ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାମଲୀଳା

ଆଦ୍ୟକାଣ୍ଡ

ଗୁଣସାଗର ବାଣୀ[୧]

ଶ୍ରୀ ନୀଳଗିରି ଶିଖରେ ବିଜେ ହରି ଦ୍ୱାଦଶ ଯାତ୍ରା ବିନୋଦେ ।
ସ୍ନାନ ଶ୍ରୀଗୁଣ୍ଡିଚା ଅୟନ ଶୟନ ପାରଶ୍ୱ ପାଲଟ ମୋଦେ ।।

ଦେବ ଉତ୍‌ଥାପନ ମକର ଓଢ଼ଣ ଦୋଳ ଦମନକ ଚୋରୀ ।
ଚନ୍ଦନ ଚମ୍ପକ ଉତ୍ସବ ସହିତେ ଏ ବିଧି ଲୀଳା ଆଚରି ।।

ଦ୍ୱାଦଶ ଯାତ୍ରାରୁ ତିନି ଯାତ୍ରା ସାର ଦୋଳ ସ୍ନାନ ଶ୍ରୀଗୁଣ୍ଡିଚା ।
ସକଳ ଲୋକର ଅବଲୋକନରେ ପାତକ ସମୂହ ମୁଞ୍ଚା[୨] ।।

ଶ୍ରୀ ଜଗନ୍ନାଥ ଚଢ଼ିଣ ନନ୍ଦିଘୋଷ ଗୁଣ୍ଡିଚା ଘରେ ବିଜୟ ।
ଦେଖି ନାଗ ନର ଗନ୍ଧର୍ବ କିନ୍ନର କରୁଛନ୍ତି ଜୟ ଜୟ ।।

ରତ୍ନ କୁଣ୍ଡଳ ମୁକୁଟ ବ୍ୟାଘ୍ରନଖ ବୀର ଚୂଳ କଣ୍ଠିମାଳ[୩]
ହୃଦୟ ପୂରି ପଦକ[୪] ଘଞ୍ଚା ଘଞ୍ଚି ପଦ୍ମମାଳ ପାଦତଳ ।

ହେମ ଶ୍ରୀପୟରେ ହେମ ଶ୍ରୀଭୁଜରେ[୫] ଶୋହେ ହେମ ଧନୁର୍ବାଣ ।
ଯେବଣ ଦକ୍ଷିଣମୂର୍ତ୍ତି-ଦର୍ଶନକୁ ଟାକିଥାନ୍ତି ବିଭୀଷଣ ।।


  1. ଗୋପକେଳୀ ପ୍ରଥ୍ଟ ବୋଲି ରାଗେ । ରାଜ୍ୟ ସଂଗ୍ରହାଳୟ ପୋଥି ଓ. ଏଲ. ୧୬୯୮ ସଂଖ୍ୟକ ପୋଥିପାଠ ।
  2. ପ୍ରଥମରୁ ତିନି ପଦ କେବଳ ଛାପା ପୁସ୍ତକରେ ରହିଛି ।
  3. କଣ୍ଠମାଳ ପୁସ୍ତକ ପାଠ
  4. ପଦ୍ମଙ୍କ ପୋଥି ପାଠ ।
  5. ଯେ ଭୋଜରେ ପୁସ୍ତକ ପାଠ ।