ପୃଷ୍ଠା:Gauracharana Gitabali.pdf/୪୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଗୌରଚରଣ ଗୀତାବଳୀ

ନବ ସନ୍ୟାସୀ ଅରୋଣାମ୍ବରଧାରୀ ଭଜ ଭଜ ତୁ ରେ ମନ ! ଗୌରହରି ।୩। ଦିବ୍ୟ ଜମ୍ବୁନ‌ଦ ସ୍ୱର୍ଣ୍ଣକାନ୍ତି ତୋରା ମହାଭାବରୂପୀ ଭକ୍ତବେଶଧରା ଗତି ମନ୍ଥରେ ନୃତ୍ୟ ବିଳାସକାରୀ ଭଜ ଭଜ ତୁ ରେ ମନ ! ଗୌରହରି ।୪। କୋଟି ଚନ୍ଦ୍ରଜିତ ହର୍ଷ ବଦନିୟା ମୃଦୁ ସ୍ମିତ‌ହସା ମୋଦବର୍ଦ୍ଧନିୟା ଗୋପୀ ଚନ୍ଦନୋଜ୍ଜ୍ୱଳ ତିଳକଧାରୀ ଭଜ ଭଜ ତୁ ରେ ମନ ! ଗୌରହରି ।୫। ଆଜାନୁଲମ୍ବତ ମହା-ଭୁଜ-ଟେକା ଧୁରନ୍ଧର ବିନାଶନେ କାଳ-ଦକା ସଂକୀର୍ତ୍ତନ ଲମ୍ପଟ କଳୁଷହାରୀ ଭଜ ଭଜ ତୁ ରେ ମନ! ଗୌରହରି ।୬। ପାପୀ ପାବନ ମୂରତି କ୍ଷମାଦାନୀ ନାମ ନିମାଇଁ ପଣ୍ତିତ ମହାଜ୍ଞାନୀ ଶ୍ରୀ ଶଚୀନନ୍ଦନ ମହା ଅବତାରୀ ଭଜ ଭଜ ତୁ ରେ ମନ ! ଗୌରହରି ।୭। ନବଦ୍ୱୀପ ସୁଧାକର ସୌମ୍ୟଶିରୀ ଖଳ ପାଷଣ୍ତ ଦୁର୍ଜ୍ଜନ ତ୍ରାଣକାରୀ ମୋଦେ ବନ୍ଦେ ହୃଦେ ଗୌର ଅଧିକାରୀ ଭଜ ଭଜ ତୁ ରେ ମନ ! ଗୌରହରି ।୮।