ଜୀବନ ସଙ୍ଗୀତ

ଉଇକିପାଠାଗାର‌ରୁ
ଏହି ନାମ ଥିବା ଅନ୍ୟ ରଚନାଗୁଡ଼ିକ ପାଇଁ ଜୀବନ ସଙ୍ଗୀତ (ଲକ୍ଷ୍ମୀକାନ୍ତ ମହାପାତ୍ର) ଆଉ ଜୀବନ ସଙ୍ଗୀତ ଦେଖନ୍ତୁ ।
ଜୀବନ ସଙ୍ଗୀତ
ଲେଖକ/କବି: ଲକ୍ଷ୍ମୀକାନ୍ତ ମହାପାତ୍ର

ମୋର ସକଳ ଗର୍ବ ଚୂର୍ଣ୍ଣ କରିଛ, ସବୁ ତ ନେଇଛ ଛଡ଼ାଇ,
ଆଶାର ତୁଙ୍ଗ ଶିଖରୁ ଖସାଇ ଧୂଳିରେ ଦେଇଛ ଗଡ଼ାଇ,
ସବୁଥିରୁ କରି ନିଃସ୍ବ
ଶିଖାଇ ଦେଇଛ ଆପଣାର ବୋଲି
ମଣିବାକୁ ସାରା ବିଶ୍ବ;
ଅଭାଗା ହାତରେ ଅମୂଲ୍ୟ ସମ୍ପଦ ଆପେ ଦେଇଅଛ ବଢ଼ାଇ ।

ଏ କି ପ୍ରେମ, ଏ କି ଛଳନା,
ଏ କି ପରିହାସ ଅବା କଉତୁକ
କରି ନ ପାରିଲି କଳନା;
ସେଥିପାଇଁ ଯେବେ ଏତେ ଅନୁରାଗ
ମିଳିଲା ନାହିଁ କି ଆଉ କିଛି ବାଗ,
(ଏଣେ) ଛୁତି ଛଡ଼ା ହୋଇ ନାଟ ଦେଖୁଅଛ
(ତେଣେ) ଲଗାଇ ଦେଇଛ ଲଢ଼ାଇ ।