ପୃଷ୍ଠା:Prachina Odia Kabita.pdf/୩୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାବ୍ଦୀ
୨୯୫
 

କାଳନ୍ଦୀ ହ୍ରଦେ କି ଏ ଶୁକଳ ପଦ୍ମ ବେନି
ୟେ ଯଶ ଲକ୍ଷେନ ବର୍ଣ୍ଣନ
ପୀତେ ଚୁମ୍ବତି କିଏ ମତ୍ତ ଭ୍ରସକ ବେନି
ତେସନେ ଚକୋର ଲୋଚନ ।
ମନାଇ ହୋ, ବିବିଧ କୁସୁମରେ ଗଭା
ନୀଳନ୍ଦୀ ମେଘେ କି ଏ ଶୁକ୍ର ଉଦିତ ଜାଣି ଶେତ ଧବଳ ଚିତାଶୋଭା ।
ଦେବଙ୍କ ସଙ୍ଗେ ସୁରେ ସୁଭଙ୍କ ସଙ୍ଗେ ନରେ
ଦେଖନ୍ତି ଧୂପ ଅବକାଶ ।୨୦।
ନ ଦେଖଇ ଦେଖିଲାକି ଦେଖି ମିଶିଲା ପ୍ରାୟେ
କହନ୍ତି ଯଶୋବନ୍ତ ଦାସ ।
ମନାଇ ହୋ, ତିନି ଧୂପରେ ୟେହୁ ସାର
କେ କହି ପାରିବ ୟେ ଜଗନ୍ନାଥଙ୍କ ଲୀଳା ବ୍ରହ୍ମା ରୁଦ୍ରଙ୍କୁ ଅଗୋଚର ।

(୭)
ପଡ଼ିଛି ବନ୍ଧ ତ୍ରିବେଣୀ ଘାଟେ
ବଂଧ ଫୁଟି ପାଣି ବହୁଛି ଆଣ୍ଟେ ।
ବନ୍ଧ ଆୟତନ ବାର ଯୋଜନ ।
ଯେତେ ବଂଧାଇଲେ ନୋହିଲା ଟାଣ ।
ବନ୍ଧ ପଡ଼ିଅଛି ମେରୁକୁ ଲାଗି
ବନ୍ଧ ତଳେ ବକ ବସିଛି ଜଗି ।
ପାଞ୍ଚ ପଧାନ ପଚିଶ ମୂଲିଆ
ଯେତେ ବନ୍ଧାଇଲେ ପଡ଼େ ଗଳିଆ ।
କହେ ଯଶୋବନ୍ତ ବନ୍ଧ ଉଜାଣି
ମନ ସିନା ବନ୍ଧ ପବନ ପାଣି । ।୧୦।