ପୃଷ୍ଠା:Prachina Odia Kabita.pdf/୩୦୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


( ୧ )


ବସନ୍ତ ବହିଲା ଚୂତ ପଲ୍ଲବିଲା ବୃକ୍ଷେ ଦେଲେ ପତ୍ର ଝଡ଼ା
ଅଶେଷ କୋଟି ବ୍ରହ୍ମାଣ୍ଡର ଠାକୁର ଦୋଳମଣ୍ଡପରେ ଉଭା ଗୋ ।
ଆମ୍ବକେରି ଘେନିଯିବା ଗୋ ସଜନୀ ଦେଖିବା ବସନ୍ତ ଚାଚେରୀ
ବୃନ୍ଦାବନେ କୃଷ୍ଣ ଦୋଳି ଖେଳୁଛନ୍ତି ଉଡ଼ଇ କ୍ରପୂର ଧୂଳି ଗୋ ।
ଶାରୀ ପଚାରଇ କୋକିଳକୁ ରାଇ ବନରେ କି କରୁ ବସି
ତୁମ୍ଭେ ଆମ୍ଭେ ଦୁହେଂ ସଖି ଚାଲ ଯିବା ବସନ୍ତ ପ୍ରକାଶ ଆସି ଗୋ ।
ଯାଇ ଜୂଇ ମଲ୍ଲୀ ମାଳତୀ ସେବତୀ ବିବିଧ କୁସୁମେ ଗଭା
ଦକ୍ଷିଣ ମୂରତି ହୋଇ ଯଦୁପତି ଦୋଳମଣ୍ଡପରେ ଉଭା ଗୋ ।
ସଖି ଗୋ ଶ୍ରୀଜଗନ୍ନାଥକୁ ଦୋଳାଦୋଲି ବେଳେ ଲଙ୍କାଗଡ଼େ ଭୟେ ମାନି
ଶ୍ରୀଜଗନ୍ନାଥ ପଦ୍ମପାଦ ତଳେ ରଘୁ ଅରକ୍ଷିତ ଭଣି ଗୋ । । ୧୦ ।

(୨)
ଯଶୋଦା କୃଷ୍ଣଙ୍କୁ କହନ୍ତି ତୁମେ ମୋ ଜୀବ ପରମ
ସବୁ ଲୋକମାନେ ଜାଣନ୍ତି ତୋତେ ମୁଁ କଲି ଜନମ ।
ଲୁଛି ହୋଇଯିବି କେଶବ ତୁ ମୋ ଛାମୁରେ କହ
କେଉଂ ଚେରୀ ଝିୟେ ବୋଲନ୍ତି ତୁ ମୋ ଖୁମୁଳା ପୁଅ ।
ବାବୁରେ ନିଦ୍ରାର ବେଳେ ପ୍ରସବିଲି ନାହି ଲାଗିଣ ଅଛି
କେଉଂ ଚେରୀ ଝିୟେ ବୋଲନ୍ତି ସେ ନ ଜାଣନ୍ତି କିଛି ।
ଉମା କି କେ ହସ ହସ ହୁଅ ଗୋ ତୁମ୍ଭ କିଣିମା ସତ
ମଧ୍ୟସ୍ତ ଜଣେ ବରାଇବା ସାକ୍ଷୀ ରଘୁ ଅର୍କ୍ଷିତ ।