ପୃଷ୍ଠା:Alankara Bodhodaya.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୯୨
ବାସୁଦେବ ଗ୍ରନ୍ଥାବଳୀ
 

ବାକ୍ୟ, ସମୂହାର୍ଥ ପ୍ରସ୍ତାବ, ଅଧ୍ୟାପକର ଦୂରଦେଶ ସ୍ଥିତି ଦେଶ, ଫେବୃଏରି ମାସ କାଳ, ଏହିମାନଙ୍କର ସମନ୍ଧ ଥିବାରୁ ବ୍ୟଙ୍ଗ୍ୟାର୍ଥଦ୍ୱାରା ଅନ୍ୟ ଏକଜଣ ମାଷ୍ଟର ନିଯୋଗ କରିବାର ବକ୍ତାର ଇଚ୍ଛା ଜଣାଯାଏ ।

ବୋଧବ୍ୟ ସମ୍ବନ୍ଧରୁ ଯଥା,


ଛାତ୍ର ପ୍ରତି ଅଧ୍ୟାପକ, ହେ ରାମ ! ତୁମ୍ଭର ଅଙ୍ଗ ଧୂଳି ଧୂସର, ମୁଖ ଅତିଶୟ ମ୍ଳାନ, ଚକ୍ଷୁ ରକ୍ତବର୍ଣ୍ଣ ଏବଂଚ ଶ୍ୱାସ ପ୍ରଖର ହୋଇଅଛି; ଅତଏବ ତୁମ୍ଭେ ଗୃହକୁ ଯାଇଥିଲ; ଖେଳିବାକୁ ଯାଇନାହଁ । ଏଠାରେ ଧୂଳି ଧୂସରାଦି ବୋଧବ୍ୟ ଅର୍ଥ ବଶରୁ ଆର୍ଥୀ ବ୍ୟଞ୍ଜନା ଦ୍ୱାରା ଜଣାଗଲା ଯେ ତୁମ୍ଭେ ଖେଳିବାକୁ ଯାଇଥିଲ ବୋଲି ମାଷ୍ଟରଙ୍କର ଉଦ୍ଦେଶ୍ୟାର୍ଥ ବାକ୍ୟ ।

ଅନ୍ୟ ସନ୍ନିଧି ସମ୍ବନ୍ଧରୁ ଯଥା,


ଏକଜଣ ପୁରୁଷକୁ ଆଉ ଏକଜଣ ସ୍ତ୍ରୀ କହୁଅଛି, ଏହି ପ୍ରଦେଶରେ ବଳାକା ନିଶ୍ଚଳ ହୋଇ ପଦ୍ମ ପତ୍ରରେ ବସିଅଛି । ଏ ସ୍ଥଳରେ ବଳାକାର ନିଶ୍ଚଳତ୍ୱ ସମ୍ବନ୍ଧିରୁ ଲକ୍ଷଣାମୂଳା ବ୍ୟଞ୍ଜନା ଦ୍ୱାରା ଦେଶର ବିଜନତ୍ୱ ସହିତ ସଙ୍କେତ ସ୍ଥାନ ଜଣାଯାଏ, କାରଣ ଜନଗହଳ ହୋଇଥିଲେ କଦାଚ ବକ ନିଶ୍ଚଳ ହୋଇ ବସି ନଥାନ୍ତା ।

କାକୁ ସମ୍ବନ୍ଧରୁ ଯଥା,


ବର୍ତ୍ତମାନ ପ୍ରାୟ ପରୀକ୍ଷା ଦେବାର ସମୟ ଉପସ୍ଥିତ ହୋଇଅଛି, ଏ ସମୟରେ ଅଧ୍ୟାପକ ନ ଆସିବେ ? ଏଠାରେ କାକୁ ଦ୍ୱାରା ଆସିବାର ବକ୍ତାର ଉଦ୍ଦେଶ୍ୟ ।

ଚେଷ୍ଟା ସମ୍ବନ୍ଧରୁ ଯଥା,


କେହି ଜଣେ ଗୁରୁଜନ ନିକଟରେ ଜୁଆ ଖେଳିବା ଅଭିପ୍ରାୟରେ ଅନ୍ୟ ଜଣକଠାରୁ ସେ ହାସ ସହିତ ହସ୍ତରେ ଧରିଥିବା ପଦ୍ମକୁ ନିମୀଳିତ କରିଦେଲା, ଏସ୍ଥଳରେ ପଦ୍ମ ନିମୀଳନାଦି ଚେଷ୍ଟାରୁ ରାତ୍ରିରେ ଦ୍ୟୂତ କ୍ରୀଡ଼ା କରିବାର ସଙ୍କେତ ଜଣାଗଲା । ପୁନଶ୍ଚ ଏହି ଆର୍ଥୀ ବ୍ୟଞ୍ଜନା ତିନି ପ୍ରକାର ଯଥା - ବାଚ୍ୟାର୍ଥ ବ୍ୟଞ୍ଜନା, ଲକ୍ଷାର୍ଥ ବ୍ୟଞ୍ଜନା, ବ୍ୟଙ୍ଗ୍ୟାର୍ଥ ବ୍ୟଞ୍ଜନା ।

ବାଚ୍ୟାର୍ଥ ବ୍ୟଞ୍ଜନା ଯଥା,


ମହାଶୟ ଫେବୃଆରି ମାସ ଉପସ୍ଥିତ ହେଲା ଇତ୍ୟାଦି ।

ଲକ୍ଷାର୍ଥ ବ୍ୟଞ୍ଜନା ଯଥା,


ତୁମ୍ଭର ଅଙ୍ଗଧୂଳି ଧୂସର ହୋଇଅଛି ଇତ୍ୟାଦି ।

ବ୍ୟଙ୍ଗ୍ୟାର୍ଥ ବ୍ୟଞ୍ଜନା ଯଥା,


ଏହି ପ୍ରଦେଶରେ ବଳାକା ପଦ୍ମପତ୍ରରେ ନିଶ୍ଚଳ ହୋଇ ବସିଅଛି ।
ଶବ୍ଦ, ବ୍ୟଙ୍ଗ୍ୟାର୍ଥ କହିଲା ସମୟରେ ଅର୍ଥକୁ ଅପେକ୍ଷା କରେ । ଅର୍ଥ ବ୍ୟାଙ୍ଗ୍ୟାର୍ଥ