ପୃଷ୍ଠା:Alankara Bodhodaya.pdf/୯୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ

ଦେଶରେ ମଧ୍ୟ ଅଛି ବା ଅଧିକ ପରିମାଣରେ ବକ୍ତୃତାର ସ୍ଫୂର୍ତ୍ତି ଦେଖାଯାଉଅଛି । ପରନ୍ତୁ ଏହି ସ୍ଫୂର୍ଭି ରାଜନୈତିକ ଉନ୍ନତିର ଅବଶ୍ୟମ୍ଭାବୀ ସହଚର । ପ୍ରଚଳିତ ରାଜ୍ୟମାନଙ୍କରେ ଅଳଙ୍କାରଗ୍ରନ୍ଥ ପ୍ରଣୟନ କରିବାକୁ ହେଲେ କେବଳ କବିତାକୁ ଗ୍ରନ୍ଥର ବିଷୟୀଭୂତ ନ କରି କବିତା ଏବଂ ବକ୍ତୃତା, ଉଭୟର ଯଥାଯଥ ଆଲୋଚନା କରିବାର ଆବଶ୍ୟକ । ପାଶ୍ଚାତ୍ୟ ଅଳଙ୍କାରଶାସ୍ତ୍ର ସଙ୍ଗେ ତୁଳନା କରି ଦେଖିଲେ, ପ୍ରାଚ୍ୟ ଅଳଙ୍କାରଶାସ୍ତ୍ରର ଆଉ ଗୋଟିଏ ଅଭାବ ପରିଲକ୍ଷିତ ହୁଏ । ସଂସ୍କୃତ ଅଳଙ୍କାରଗ୍ରନ୍ଥରେ କାବ୍ୟମାନଙ୍କୁ ଗୋଟିଏ ଗୋଟିଏ ଶ୍ଳୋକନେଇ ସେଥିର ଦୋଷଗୁଣ, ଉତ୍କର୍ଷାପକର୍ଷ ସମ୍ବନ୍ଧରେ ଅତି ସୂକ୍ଷ୍ମ ବିଚାର କରାଯାଇଅଛି । ମାତ୍ର ଖଣ୍ଡିଏ ସମଗ୍ର କାବ୍ୟ ବା ନାଟକର ବିଚାର କରି ସେଥିର ଦୋଷ ଗୁଣ ପ୍ରଦର୍ଶିତ ହୋଇନାହିଁ । ସମଗ୍ର କାବ୍ୟ ବା ନାଟକର ଶରୀର ଗଠନ କିପରି, ତାହାର ଆଦ୍ୟ, ମଧ୍ୟ, ପ୍ରାନ୍ତ ଏମାନଙ୍କ ମଧରେ ପରସ୍ପର ଅନୁପାତର ସାମଞ୍ଜସ୍ୟ ଅଛି କି ନାହିଁ; ପ୍ରତ୍ୟେକ ବର୍ଣ୍ଣିତ ବିଷୟ ମୂଳ ବିଷୟର ଉପଯୋଗୀ କି ନା, କାବ୍ୟର କେଉଁଅଂଶ ପ୍ରାସଙ୍ଗିକ, କେଉଁ ଅଂଶ ଅପ୍ରାସଙ୍ଗିକ; ନାୟକ-ନାୟିକାଙ୍କର ଚରିତ୍ରଗଠନ କିପରି; ସେମାନଙ୍କର ଉକ୍ତି ପ୍ରତ୍ୟୁକ୍ତି ସେହି ଚରିତ୍ରର ଅନୁରୂପ ଏବଂ ପରିପୋଷକ କି ନା, ଏହିରୀତିର ସମାଲୋଚନା ପ୍ରାୟ କୌଣସି ସଂସ୍କୃତ ଅଳଙ୍କାଗ୍ରନ୍ଥରେ ଦେଖାଯାଏ ନାହିଁ । ପାଶ୍ଚାତ୍ୟ ଅଳଙ୍କାରଶାସ୍ତ୍ରରେ ଏହି ରୀତିର ସମାଲୋଚନା ଅଧିକ ଥିବାରୁ ରୁଚିର ସଂସ୍କରଣ ବିଷୟରେ ତାହା ଅଧିକତର ଉପଯୋଗୀ ବୋଧ ହୁଏ । ପାଶ୍ଚାତ୍ୟ ଅଳଙ୍କାରଶାସ୍ତ୍ର ବ୍ୟଷ୍ଟି ଅପେକ୍ଷା ସମଷ୍ଟି ପ୍ରତି ଅଧିକତର ମନୋଯୋଗୀ, ପ୍ରାଚ୍ୟ ଅଳଙ୍କାର ଶାସ୍ତ୍ର ସମଷ୍ଟି ଅପେକ୍ଷା ବ୍ୟଷ୍ଟି ପ୍ରତି ଅଧୁକତର ମନୋଯୋଗୀ । ପ୍ରାଚ୍ଯ ଏବଂ ପାଶ୍ଚାତ୍ୟ ଉଭୟ ବିଧା ଅଳଙ୍କାର ଶାସ୍ତ୍ରର ଦୋଷ ଗୁଣ ତୁଳନା କରିବାର ସୁବିଧା ସତ୍ତେ, ଆମ୍ଭମାନଙ୍କର ଉଚିତ ଯେ ଉଭୟର ହୁଟି ପରିହାର ପୂର୍ବକ ଭାରତୀୟ ଭାଷାଳଙ୍କାର ଗ୍ରନ୍ଥରେ ଯେପରି ଉଭୟର ଉତ୍କର୍ଷ ସମବେତ ହୋଇପାରିବ, ସେଥୁ ପକ୍ଷରେ ଯତ୍ନଶୀଳ ହେବୁ ଅଳଙ୍କାର ବୋଧେ ଦୟକୁ ଉଲ୍ଲିଖିତ ଲକ୍ଷଣାନୁସାରେ ବିଚାର କରିବାର ଅନୁଚିତ । ଏହା କେବଳ ଖଣ୍ଡିଏ ଉତ୍କୃଷ୍ଣ ଅଳଙ୍କାର ଗ୍ରନ୍ଥର (ସାହିତ୍ୟଦର୍ପଣର) ଅନୁବାଦମାତ୍ର । ଉପରେ ଆସେମାନେ ଯେଉଁ ଲକ୍ଷଣ ନିର୍ଦେଶ କର୍ଜୁ, ସେହି ଲକ୍ଷଣା-କ୍ରାନ୍ତ ପୁସ୍ତକ ରଚନା କରିବାର ସମୟ ବହୁ ଦୂରବର୍ଖ । ଓଡ଼ିଆ ଭାଷାର କଥା ଦୂରେ- ଥାଉ, ସମଧୁକ ଉନ୍ନତ ଓ ମାଜିତ ବଙ୍ଗଳୀ ଭାଷାରେ ସୁଦ୍ଧା ସେ ସମୟ ଉପସ୍ଥିତ ହୋଇଅଛି କି ନାହିଁ ସନ୍ଦେହର ବିଷୟ । ପ୍ରକୃତ ପକ୍ଷରେ ବଙ୍ଗଳାରେ ଏ ଶ୍ରେଣୀର ଗ୍ରନ୍ଥ ଅବଧ ରଚିତ ହୋଇନାହିଁ । ବରଂ ‘କାବ୍ୟନିର୍ଣ୍ଣୟ' ପ୍ରଭୃତି ଯେଉଁ ଅଳଙ୍କାରଗ୍ରନ୍ଥ ବଙ୍ଗଭାଷାରେ ଋଚିତ ହୋଇଅଛି, ତାହା ଏହା (ଅ, ବେ) ଅପେକ୍ଷା କୌଣସି ଅଂଶରେ ଉତ୍କୃଷ୍ଣ ନୁହେଁ ।