ପୃଷ୍ଠା:Alankara Bodhodaya.pdf/୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ

ଅନ୍ୟାପଦିନ ନୃପତୌ ନ ସନ୍ଧିର୍ନବ ବିଗ୍ରହଃ ।

ଅର୍ଥ-ଅନ୍ୟାପଦିନ ରାଜାଙ୍କଠାରେ ସନ୍ଧିକଲେ ସର୍ବସ୍ୱ ହରଣ କରିବେ, ବିରୋଧ କଲେ ପ୍ରାଣନିଗ୍ରହ କରିବେ; ଅତଏବ ଏହାଙ୍କଠାରେ ବିଗ୍ରହ କିବା ସନ୍ଧି ଉଭୟଥା ସମ୍ଭବେ ନାହିଁ ।

ଅତ୍ର ଅନ୍ୟାପଦିନ ନୃପତିଙ୍କଠାରେ ଦାନ ସାମାଦି ଉପାୟ ବ୍ୟତିରେକେ ଆଉ ଶାନ୍ତିର ଉପାୟ ନାହିଁ; ଏହି ଅର୍ଥ ଶୀଘ୍ର ବୋଧହେବା କଷ୍ଟ; ଅତଏବ ଅସ୍ଫୁଟ ବ୍ୟଙ୍ଗ୍ୟ ହେବାରୁ ଗୁଣୀଭୂତ ହେଲା ।

ଅଗୁଢ଼ ଗୁଣୀଭୂତ ବ୍ୟଙ୍ଗ୍ୟ-ଯଥା,

ଅନେକ ଲୋକଗୁରୁଣା ସତାଂ ଧର୍ମୋପଦର୍ଶିନା । ଅହଂ ବ୍ରତବତୀ ସ୍ୱୈର ମୁକ୍ତେନ କିମତଃ ପରଂ ॥ ଅର୍ଥ- ଆମ୍ଭେ ବ୍ରତବତୀ ସ୍ତ୍ରୀ, ଏହି ଶକ୍ୟ ମୁନି ଲୋକଗୁରୁ ଓ ଧମୌପଦେଷ୍ଟାl; ଏଥୁ ଉତ୍ତାରୁ ଆଉ କି କହିବୁ । ଅତ୍ର ଶାକ୍ୟ ମୁନିଙ୍କର ତୀର୍ଥ ବାସିନୀ ସ୍ତ୍ରୀର ବଳତ୍କାରୋପଭୋଗ ପ୍ରକାଶ ହେବାରୁ ଅଗ୍ନଢ଼ ବ୍ୟଙ୍ଗ ହେଲା ! ଅସୁନ୍ଦର ଗୁଣୀଭୂତ ବ୍ୟଙ୍ଗା-ଯଥା, ବାନୀର କୁଞ୍ଚେଞ୍ଜା ତୃତ୍ନୀନ ଶକୁନିକୋଳାହଳୀ’ ଶୁଶ୍ବକ୍ତାଖ୍ୟା: ଗୁହକର୍ମ ବ୍ୟାୟତାୟା ବୈଧୃ8 ସୀଦନ୍ତି ଅଙ୍ଗାନି । ଅର୍ଥ- ବେତସି କୁଞ୍ଚେଞ୍ଜାଡତୃତୀନ ଶକୁନି କୋଳାହକ ଶ୍ରବଣ କରିବାରୁ ଗୃହକର୍ମାସକ୍ତ ସ୍ତ୍ରୀର ଅଙ୍ଗମାନେ ଶିଥୁଳ ହେଲେ । ଅତ୍ର ସଙ୍କେତ ଦେଇଥବା ପୁରୁଷ ଲତା ଗୃହକୁ ପ୍ରବିଷ୍ଟ ହେଲା, ଏହି ବ୍ୟଙ୍ଗମ୍ୟରୁ ଅଙ୍ଗମାନେ ଶିଥୁଳ ହେଲେ, ଏପରି ବାଚ୍ଯର୍ଥର ଚମତ୍କାରକୁ ସହୃଦୟଭିନ୍ନ ଅନ୍ୟମାନେ ଜାଣି ନ ପାରନ୍ତି; ଅତଏବ ସାଧାରଣ ଅଗୋଚର ହେବାରୁ ଅସୁନ୍ଦର ହେଲା । ଏପର ଦୀପକ ଓ ତୁଲ୍ଯଯୋଗିତାଙକାର ମାନଙ୍କରେ ଯାହା ଉପମାନଂକାର ବ୍ୟଙ୍ଗମ୍ୟ ହୁଏ ତାକୁ ମଧ୍ୟ ଗୁଣୀଭୂତ ବ୍ୟଙ୍ଗମ୍ୟ ବୋଲିବାକୁ ହେବ ।

ଇତି ଧ୍ୱନି ନିରୂପଣନ୍ତାମ ସପ୍ତମ ପରିଚ୍ଛେଦଃ ।

ସମାପ୍ତଶ୍ଚାୟ ମଳଂକାରବୋଧୋଦଯଃ !