ପୃଷ୍ଠା:Alankara Bodhodaya.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅତି ରୋଷ ଭୋଗୁଁ ତଡ଼ି ଦେଉଛି ଆକାଶ ଗୃହରୁ । ଅତ୍ର ଗଣିକା ଶବ୍ଦ ଦେବାରୁ ବାତ୍ଯ ହେଲା; କାରଣ ଗଣିଜା ଶବ୍ଦ ଦେଇ ନଥୁଲେ ମଧ ସମାନ୍ଦୋକ୍ତିଦ୍ବାରା ଗଣିକା ଶବ୍ଦର ପ୍ରତୀତି ହେଉଥୁଳ । ଅପ୍ରସ୍ତୁତ ପ୍ରଶଂସା ବ୍ୟଞ୍ଜନା ଦ୍ବାରା ଅର୍ଥା ବଗତି ହେଲେ ମଧ୍ୟ ଶବ୍ଦଦ୍ବାରା ଯେ ପୁନର୍ବାର ଅର୍ଥକଥନ ସେ ପୁନରୁକ୍ତି ଦୋଷର ଅନ୍ତର୍ଭୁକ୍ତ - ଯଥା, ଆଷାଢ଼ ଶୁକ୍ଳ ରାଗେ ବିହଙ୍ଗମେ ମଶକର ଖେଳନ, ରତ୍ନ ସଙ୍ଗେ କାଚର ସଂକଳନ, ତେଜସ୍ବ ମଧେ ଖାଦେଶ୍ୟାତ ମେଳନ, ଭଦ୍ର ଅଭଦ୍ରର ସମ ତୁଳନ, ଧୂଳ ଏ ତୁଲ୍ଯତଃ, ଅବିବେକୀ ଠାରେ ଯଥା ପ୍ରଭୂତା । ଅତ୍ର ଅପ୍ରସ୍ତୁତ ପ୍ରଶଂସା ବ୍ୟଞ୍ଜନ ଦ୍ବାରା “ପ୍ରଭୁ ଅବିବେକୀ” ଏହି ଅର୍ଥ ପ୍ରାପ୍ତ ହେଉଥୁଲା । ପୁନଶ୍ଚ, ଅବିବେକୀଠାରେ ଯଥା ପ୍ରଭୂତା ବୋଲିବାର ପୁନରୁକ୍ତି ଦୋଷ ହେଲା । ଅନୁପ୍ରାସରେ ଯେ ପ୍ରସିଦ୍ଧ ଭାବ ଦୋଷ ଅଛି ସେ ଖ୍ଯାତିବିରୁଦ୍ଧ ଦୋଷର ଅନ୍ତର୍ଭୁକ୍ତ - ଯଥା, ଆଷାଢ଼ ଶୁକ୍ଳ ରାଗେ, ଚକ୍ରୀ ଦେଲେ ରାଜ ଚକ୍ରରେ ସ୍ଥାନ, ଗୋତ୍ରଭେଦୀ ଦେଲେ ଗୋତ୍ରେ ସମ୍ମାନ, ବୃଷଭ କେତୁ ବଢ଼ାଇଲେ ବୃଷ, ରାଜା ରାଜ୍ୟେ ସୁଖୀ ହେଲେ ବିଶେଷ, ହୋଇଲେ ସୁଧର୍ମ, ସତ୍ତା ଶୋଭାରେ ଜିଣିଲା ସୁଧର୍ମୀ । ଅଦ୍ର ଏହି ଅନୁପ୍ରାସରେ କୌଣସି ପ୍ରସିଦ୍ଧି ନଥୁବାରୁ ଖ୍ୟାତିବିରୁଦ୍ଧ ଦୋଷ ହେଲା । ଅର୍ଥାତ୍ ହରି ଚକ୍ରୀ ହେବାରୁ ରାଜ ଚକ୍ରକୁ ଦେବେ ଓ ଇନ୍ଦ୍ର ଗୋତ୍ରଭିତ୍ ହେବାରୁ ଗୋତ୍ରେ ସମ୍ମାନକୁ ଦେବେ ଓ ବୃଷଭକେତୁ ବୃଷ (ସୁକୃତ)କୁ ଦେବେ, ଏପରି ପ୍ରସିଦ୍ଧବ୍ଯଭାବ ବର୍ଣ୍ଣନକୁ ଖ୍ୟାତିବିରୁଦ୍ଧତା ଦୋଷ ବୋଲିବାକୁ ହେବ । ଏହି ଉପରୋକ୍ତ ଦୋଷମାନେ କୌଣସିଠାରେ ଅଦୋଷ ହେବେ ଓ କୌଣସି ଠାରେ ଗୁଣ ମଧ୍ୟ ହେବେ । ଯଥା, ବକ୍ତା କ୍ରୋଧଯୁକ୍ତ ହୋଇଥବ ଓ ବାଚ୍ଯର୍ଥ ଉଦ୍ଧଡ ହୋଇ ଭୌଦ୍ରାଦି ଦୋଷମାନେ ହୋଇଥଲେ ଦୁଃଶ୍ରବହ୍ନ ଗୁଣ ହେବ । ଅର୍ଥାତ୍ ଏମାନଙ୍କ ଆସ୍ବାଦ ରୂପ ଯେ ମୋକ୍ଷ ଗୁଣ