ପୃଷ୍ଠା:Alankara Bodhodaya.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ପ୍ରକର୍ଷ ତାହାର ଉତ୍କର୍ଷ କରିବାରୁ ଗୁଣ ବୋଲି ବ୍ୟପଦେଶ (କଥନ) ହେବ । ବକ୍ତା କ୍ରୋଧଯୁକ୍ତ - ଯଥା, ଚୋଖି ରାଗେ ବିଛେଦେ କୂଶ ଶରୀର, କଣେ ମୋ ପ୍ରାଣ ଅସ୍ଥିର, ତଥାପି ଏ ପଞ୍ଚଶର ଅତ୍ୟନ୍ତ କୁର, ପେଷି ଅତି ତୀକ୍ଷଣ ଶର, ହୃଦୟ ଭେଦେ ନିର୍ଭର, ଶମ୍ଭ ନେତ୍ରା ନଳେ ହେଉ ଭସ୍ମ ବିକାର, ଯେତେ ଅବା କୀର୍ତି ପ୍ରସାର, ଦୁଷ୍କର୍ମ ଯୋଗରୁ ଭ୍ରଷ୍ଟ ହୁଅନ୍ତୁ ତାର । ଅତ୍ର ଶୃଙ୍ଗାର ରସରେ ବକ୍ତା କୁପିତ ହେବାରୁ ଦୁଃଶ୍ରବହ୍ ଗୁଣ ହେଲା । ବାଟାର୍ଥ ଉଦ୍ଧତ - ଯଥା, ଆଷାଢ଼ ଶୁକ୍ଳ ରାଗେ ପଦ୍ଧତି ନିରୁଦ୍ଧ କଲା ବିରାଧ, ସାଧୁ ସେ ବିଧ୍ବଂସି ମାନବ ବୋଧ, ଉର୍ବେ ରୁଧର ଧାରାଲିପ୍ତ ବ୍ୟାଧ, ବିନ୍ଧ୍ୟା ମହୀଧୁ ଧାତୁ ଶୃଙ୍ଗେ ସଧ, ଧରିଛି ତ୍ରୀ ଶୁଲେ, ବରାହ ମୃଗ ଗୁଛି ବାହୁବଳେ । ଅତ୍ର ଅସୁର ବର୍ଣ୍ଣନ ରୂପ ବାଚ୍ଯର୍ଥ ଉଦ୍ଧତ ହେବାରୁ ଦୁଃଶ୍ରବତ୍ ଗୁଣ ହେଲା । ଏହିପରି ଦୁଃଶ୍ରବତ୍ନ ଦୋଷ ଭୌଦ୍ର, ବିଭତ୍ସାଦି ରସରେ ଅତ୍ୟନ୍ତ ଗୁଣ ହେବ । ସୁରତାରମ୍ଭ ଗୋଷ୍ଯଦିରେ ଅଶ୍ବଳତ୍ନ ଗୁଣ ହୁଏ - ଯଥା, ପ୍ରେମ ସୁଧାନିଧ ଚତୁର୍ଥ ଛାନ୍ଦ ଅତନୁ ଆଜ ଅନୁକୂଳ ଥୋଇଲା ତରୁଣକୁଳ ଆକୁଳକୁ, ରଙ୍ଗକେତନ, ନିକେତନ କଲା ବନ୍ଧନ । । ନିହତାର୍ଥତା ଓ ଅପ୍ରଯୁକ୍ତତା ଏ ଦୁହେଁ ଶ୍ଳେଷାଦିରେ ଅଦୋଷ - ଯଥା, ପର୍ବତ ଭେଦି ପବିତ୍ର” ଜୈତ୍ରୀ” ନରକସଖ୍ୟ ବହୁ ମତଙ୍ଗ ହନ', ହରିମିବ। ହରିମିବ। ସୁରସରିଦମ୍ଭ8 ପତନ୍ତ୍ରମତ ।” ଅତ୍ର ଇନ୍ଦ୍ରପକ୍ଷେ ପବିତ୍ର ଶବ୍ଦ ନିହତୀର୍ଥ ଓ ମତଙ୍ଗ ଶବ୍ଦ ମାତଙ୍ଗାଥେ ଅପ୍ରଯୁକ୍ତ । ବକ୍ତା ଏବଂ ବାଚ୍ଯ ଏ ଦୁହେଁ ଯେଉଁଠାରେ ସ୍ପଷ୍ଟ ରୂପରେ ଜ୍ଞାତ ହେଉଥର୍ବେ ସେ* ପର୍ବତ ଭେଦନଶୀଳ ବଜ୍ର ହସ୍ତ ପରି (ଇନ୍ଦ୍ର)ଙ୍କ ପରି ଓ ନରକଜେତା ହରି (ବିଷ୍ଣୁ)ଙ୍କ ପରି ଏବଂଟ ବହୁ ମାତଙ୍ଗହନନକାରୀ ହରି (ସିଂହ) ପରି ଅଟନ୍ତି ଯେ ପର୍ବତ ଭେଦନକାରୀ ଓ ପବିତ୍ର ନରକ ନିବର୍ତକ ଏବଂ ତ ବହୁସମ୍ମତ ଓ ପୂର୍ଣ୍ଣ, ସୁରସରି ଦନ୍ତ୍ର (ଗଙ୍ଗାଜଳ) ତାଙ୍କୁ