ପୃଷ୍ଠା:Alankara Bodhodaya.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ

କ୍ରୁଦ୍ଧରେ - ଯଥା,
ମାର ମାର ଧର ଧର ।
ଦୈନ୍ୟରେ - ଯଥା,
କିଛି ଦେବାହେଉ, କିଛି ଦେବା ହେଉ ।
ଲାଚାନୁପ୍ରାସରେ - ଯଥା, କଳଶା ରାଗେ
ସୁନୟନେ ଶୟନେ ତୁ ଦେଖ ମୋତେ ବାରେ
ଅନୁକମ୍ପାରେ - ଯଥା,
ଏହାକୁ ରକ୍ଷ ରକ୍ଷ |
ପ୍ରସାଦନରେ - ଯଥା,
ଦୁଃଖକୁ ଛାଡ଼ ଛାଡ଼ ।
ଅର୍ଥାନ୍ତରସଂକ୍ରମିତ ବାଚ୍ୟରେ - ଯଥା,
ତାହାରି ନୟନ ଏକା ନୟନ ।
ଅତ୍ର ଦ୍ୱିତୀୟ ନୟନ ଶବ୍ଦ ଉତ୍ତମତ୍ୱର ଜ୍ଞାପକ ।
ହର୍ଷରେ - ଯଥା,
ଆସ ଆସ ନୃତ୍ୟ ଦେଖିବ ।
ଅବଧାରଣେ - ଯଥା,
ଏକ ବ୍ୟକ୍ତି କହିଲା ଏ ମୁଦ୍ରିକାରେ କାଚ ବସିଅଛି ଅନ୍ୟ ଜଣେ କହିଲା ନା ଏ ହୀରକ ହୀରକ ।
ସନ୍ଦିଗ୍‌ଧତ୍ୱ ଯେଉଁଠାରେ ବ୍ୟାଜସ୍ତୁତିରୂପ ଫଳକୁ ଜାତକରୁଥିବ ସେହିଠାରେ ଗୁଣ ହେବ । ଯଥା,
ପୃଥୁକାର୍ତ୍ତ ସ୍ୱରପାତ୍ରଂ ଭୂଷିତ ନିଃଶେଷ ପରିଜନଂ ଦେବ,
ବିଳଷତ୍କରେଣୁ ଗହନଂ ସମ୍ପ୍ରତି ସମମାବୟୋଃ ସଦନଂ * ।
ଅତ୍ର ବ୍ୟାଜସ୍ତୁତି ବର୍ଣ୍ଣନ ଥିବାରୁ ପୃଥୁକାର୍ତ୍ତ ସ୍ୱରାଦିରେ ଶ୍ଳେଷବଳରୁ ଯେ ସମାନଧର୍ମ ସନ୍ଦେହ ତାହାର ଗୁଣତ୍ୱ ହେଲା ।

* ହେ ରାଜନ୍, ଆପଣଙ୍କର ଗୃହ, ମୋ ଗୃହ ସମାନ, କାରଣ ଆପଣଙ୍କ ଗୃହ ପୃଥୁଳ କାର୍ତ୍ତସ୍ୱର (ସୁବର୍ଣ୍ଣ) ପାତ୍ରରେ ଶୋଭିତ ହୋଇଅଛି । ମୋ ଗୃହ ମଧ୍ୟ ପୃଥକ (ବାଳକ)ମାନଙ୍କ ଆର୍ତ୍ତ ସ୍ୱରରେ ଯୁକ୍ତ ହୋଇଅଛି । ଏବଂଚ, ଆପଣଙ୍କ ଗୃହରେ ସମଗ୍ର ପରିଜନମାନେ ଭୂଷିତ (ଅଳଂକୃତ) ହୋଇଅଛନ୍ତି । ମୋ ଗୃହର ପରିଜନମାନେ ମଧ୍ୟ ଭୂଷିତ (ଭୂମିଶାୟୀ) ହୋଇଅଛନ୍ତି । ଏବଂଚ ଆପଣଙ୍କ ଗୃହ ଉତ୍ତମ କରେଣୁ (ହସ୍ତିନୀ)ମାନଙ୍କରେ ଗହନ ହୋଇଅଛି; ମୋ ଗୃହ ମଧ୍ୟ ବିଳସତ୍ (ମୂଷିକାଦି) କ (ବୃଷ୍ଟିଜଳ) ରେଣୁ (ଧୂଳି)ରେ ଗହନ ହୋଇଅଛି ।