ପୃଷ୍ଠା:Alankara Bodhodaya.pdf/୫୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ

କେବଳ ପରଶୁରାମ ଅଦ୍ଭୁତର ସ୍ଥାନ ।
ଅତ୍ର ତୃତୀୟପାଦ ଗର୍ଭିତ ହେଲେ ମଧ୍ୟ ଅର୍ଥକୁ ପୁଷ୍ଟ କରିବାରୁ ଗୁଣ ହେଲା ।
ପତତ୍‌ପ୍ରକର୍ଷତା ମଧ୍ୟ କୌଣସିଠାରେ ଗୁଣ ହୁଏ - ଯଥା, ବେଣୀସଂହାର ୧ମ
ଆଙ୍କେ- ଚଞ୍ଚଭୂଜ ଭ୍ରମିତ ଚଣ୍ଡ ଗଦାଭିଘାତ
ସଞ୍ଚୁର୍ଣ୍ଣିତୋରୁ ଯୁଗଳସ୍ୟ ସୁଯୋଧନସ୍ୟ
ସ୍ତ୍ୟାନା ବନଦ୍ଧ ଘନ ଶୋଣିତ ଶୋଣପାଣି
ରୂଭାଂ ସୟିଷ୍ୟତି କଚାଂ ସ୍ତବଦେବି । ଭୀମଃ |
ଅର୍ଥ ଚତୁର୍ଥ ପାଦରେ ସୁକୁମାରାର୍ଥ ପ୍ରଯୁକ୍ତ ଶବ୍ଦାଡ଼ମ୍ବର ତ୍ୟାଗ ଗୁଣ ହେଲା ।
ସେ ସ୍ଥଳରେ ଅନୁଭାବ ବିଭାବ ଦ୍ୱାରା ରଚନା ଉଚିତ ହୋଇ ନ ପାରେ ସେହି ସ୍ଥଳରେ ବ୍ୟଭିଚାରୀ ଭାବମାନେ ସ୍ୱଶବ୍ଦବାଚ୍ୟତା ଦୋଷରେ ଦୂଷିତ ହୁଅନ୍ତି ନାହିଁ - ଯଥା, ଆଷାଢ଼ଶୁକ୍ଳ ରାଗେ ।
ଔସୁକ୍ୟ ତ୍ୱରା ଭଙ୍ଗ କରୁଁ ଲାଜ
କୋପେ ତର୍ଜିଲା ବନ୍ଧୁ ବଧୂବ୍ରଜ,
ନବସଙ୍ଗମେ ବାଳାର ସାଧ୍ୱସ
ପ୍ରିୟ ସଂଶ୍ଳେଷେ ଭାଙ୍ଗିଲା ହରଷ,
ପୁଲକ ନିକର;
କେବଳ ଆବୃତ କଲା ଶରୀର ।
ଅତ୍ର ବ୍ୟଭିଚାରୀମାନଙ୍କର ସ୍ୱଶବ୍ଦ ବ୍ୟତିରେକେ ରଚନା ଅଶକ୍ୟ ହେବାରୁ ଲଜ୍ଜା ପ୍ରଭୃତି ବ୍ୟଭିଚାରୀମାନେ ସ୍ୱଶବ୍ଦରେ ବାଚ୍ୟ ହେଲେ ।
ସଞ୍ଚାରିମାନେ ଯାହା ସହିତରେ ବିରୁଦ୍ଧ ହୋଇଥିବେ ତାକୁ ବାଧ୍ୟ କରି କହିଲେ ଗୁଣ ହେବ - ଯଥା, ଆଷାଢ଼ଶୁକ୍ଳ ରାଗେ
ଅକାର୍ଯ୍ୟ କାହିଁ ଏଚନ୍ଦ୍ର ବଂଶରେ,
ଅବଶ୍ୟ ପ୍ରିୟା ଦେଖାଦେବ ବାରେ,
ଶୁଣିଛି ଦୋଷ ହରେ କାନ୍ତାମୁଖ,
କି କହିବେ ଧୀରେ ସ୍ୱପ୍ନେ ସେ ସୁଖ,
ଦୁର୍ଲ୍ଲଭରେ ଚେତ;
ଧୌର୍ଯ୍ୟ ଧର ଧନ୍ୟ ନାହିଁ ବିଦିତ ।
ଅତ୍ର ଶାନ୍ତିର ଅଙ୍ଗ ଯେ ବିତର୍କ, ମତି, ଶଙ୍କା, ଧୃତି, ଏହି ବ୍ୟଭିଚାରୀମାନେ, ଅଭିଳାଷର ଅଙ୍ଗୀଭୂତ ଯେ ଔତ୍ସୁକ, ସ୍କୃତି, ଦୈନ୍ୟ, ଚିନ୍ତା ଏମାନଙ୍କଦ୍ୱାରା ବାଧିତକରି ଚିନ୍ତାପ୍ରଧାନ ଆସ୍ୱାଦ ପ୍ରକର୍ଷକୁ ଆବିର୍ଭୂତ କରୁଅଛନ୍ତି ।
ବିରୋଧୀ ରସର ସ୍ମରଣରେ ଅଥବା ସାମ୍ୟ କଥନରେ ଏବଂ ଚ ବୀରରସ ଅଙ୍ଗୀ