ପୃଷ୍ଠା:Alankara Bodhodaya.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


କିଏ କବାଟ ଫିଟାଉଅଛ ? କୃଷ୍ଣ କହିଲେ ଆମେୟ ମାଧବ । ରାଧା କହିଲେ ବସନ୍ତ କି ? ନା, ଚକ୍ରୀ । ତେବେ କୁଲାଳ କି ? ଇତ୍ୟାଦି । କାକୁବକ୍ରୋକ୍ତି - ଯଥା, ବସନ୍ତକାଳରେ ଜାହା ଚିତ୍ତ ପରିତପ୍ତ ହେଉନାହିଁ । ଅତ୍ର କାକୁଦ୍ବାରା ସମସ୍ତଙ୍କ ଚିତ୍ତ ପରିତପ୍ତ ହେଉଥୁବାର ଜଣାଗଲା । ଭାଷାସମ - ଯେଉଁ ବାକ୍ୟରେ ଶବ୍ଦମାନେ ବଣ୍ଠିତ ହେଲେ ଭାଷାରେ ସମାନ ହୁଅନ୍ତି ଯଥା, ମଞ୍ଜୁଳମଣି, ମଞ୍ଜନୀର କଳ, ଗମ୍ଭୀର, ବିହାର, ସରସୀ, ତୀର ଇତ୍ୟାଦି । ଏହି ଶବ୍ଦମାନେ ସଂସ୍କୃତ, ପ୍ରାକୃତ, ସୌରାଷ୍ଟ୍ରୀ, ମାଗଧୀ, ତୈଲଙ୍ଗୀ, ଦ୍ରାବିଡ଼ୀ ଇତ୍ଯାଦିରେ ସମାନ । ᎾᏄᏫ ଶ୍ୱେଷଯୁକ୍ତ ପଦଦ୍ବାରା ଅନେକାର୍ଥ କଥନକୁ ଶେଷ ବୋଲି । ଏହି ଶ୍ଳେଷ ଆଠ ପ୍ରକାର - ଯଥା, ବର୍ଣ୍ଣ, ପ୍ରତ୍ୟୟ, ଲିଙ୍ଗ, ପ୍ରକୃତି, ପଦ, ବିଭକ୍ତି, ବଚନ, ଭାଷା ଇତ୍ଯାଦି ପ୍ରଭେଦରେ ହୁଅନ୍ତି । ଏମାନଙ୍କ ଉଦାହରଣ ଭାଷାରେ ବିଶେଷ ଉପକାରୀ ନ ହେବାରୁ ତ୍ୟାଗ କର୍ଜୁ । ବିଶେଷତଃ ଏହି ଶ୍ଳେଷ ଅଭଙ୍ଗ, ସଭଙ୍ଗ, ଭଙ୍ଗାଭଙ୍ଗ ଭେଦରେ ତିନି ପ୍ରକାର । ଅଭଙ୍ଗ - ଯଥା, ବୈଦେହୀଶ ବିଳାସ “ବାବୁ ନକଶିରୀ ଦାନ ଯୋଗ୍ୟ ଯୋଷକୁ ।' ଅତ୍ର “ ନା କଶିରୀଦାନୀ' ପଦ, ଭଙ୍ଗ ନ ହୋଇ ପକ୍ଷେ ସ୍ବର୍ଗସମ୍ପରି ପ୍ରଦାନ, ସଭଙ୍ଗ - ଯଥା, ବୈ: ବି; ଉକ୍ତ ଛାଯେଦ “ବିହର କାନନ କରି ଆଲିଙ୍ଗନକୁ' । ଅତ୍ର ପକ୍ଷେ ଆଲିଙ୍ଗନକୁ କରି କାନନରେ ବିହାର କର । ଅପର ପକ୍ଷେ ଆଲିଙ୍ଗନକୁ ନ କରି କାନକୁ ବିଶେଷରେ ହର । ଏପରି ଶବ୍ଦ ଭଙ୍ଗ ହେଲା । ଭଙ୍ଗୀଭଙ୍ଗ - ଯେଉଁଠାରେ ଶବ୍ଦମାନଙ୍କର ଭଙ୍ଗୀଭଙ୍ଗ ଦ୍ବାରା ଅନେକାର୍ଥରେ ଗୁଢ଼ ଶ୍ଳେଷାର୍ଥ କଥନ ହୁଏ - ଯଥା, ନର୍କିଣୀ ଗୌଡ଼ା ରାଗେ “ହରି * ଶ୍ରୀକଳିତ କାନ୍ତି, କୃତଗିରିବରଧୂତି, * ବିଷୁପକ୍ଷେ - ଲକ୍ଷ୍ମୀବନ୍ଧିତ କାନ୍ତି, ଗୋବର୍ଦ୍ଦନଧାରୀ ଏବଂଚ, ହରିହର ସ୍ବରୂପ ହେବାରୁ ଗୌରୀପତିଙ୍କଠାରେ ଶୁଦ୍ଧ ପ୍ରୀତି ଏପରି ହରି (ବିଷ୍ଣୁ) ଗତି ଦେଉନ୍ତୁ । ଶିବପକ୍ଷେ- ହରି (ସର୍ପ) ଶ୍ରୀ (ଗରଳ) ତତ୍ୱରା ବଦ୍ଧିତ କାନ୍ତି । କୈଳାସେ କୃତସନ୍ତୋଷ, ଏବଂଟ ପାର୍ବତୀପତି ଓ ନିର୍ମଳାନ୍ତତଃକରଣ ଏପରି ସଦାଶିବ ଗତି ଦେଉନ୍ତୁ । ଦୁର୍ଗାପକ୍ଷେ- ନିବିଡ଼ ସୌନ୍ଦର୍ଯ୍ୟବତୀ, ହିମାଳୟ ସନ୍ତୋଷ କାରିଣୀ, ଯତିବ୍ରତା, ଏପରି ଗୌରୀ ଗତିର୍କି ଦେଉନ୍ତୁ ।