ପୃଷ୍ଠା:Alankara Bodhodaya.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅତ୍ର ପାଦର ରକ୍ତଡ଼୍ ସିଦ୍ଧ ଅଛି, ଭୂମି ପତନ ହେତୁରୁ ରକ୍ତ ନୁହେଁ; କିନ୍ତୁ ରକ୍ତତ୍ବର ଉତ୍ପ୍ରେକ୍ଷା କରାଗଲା । ଅସିଦ୍ଧବିଷୟା ହେତୃତ୍‌ଫ୍ରେକ୍ଷା - ଯଥା, ତୁମ୍ଭ, ମୁଖ ଶୋଭା ପାଇବା ନିମିତ୍ତ ସୁଧାକର ପଦ୍ମଠାରେ ବୈର କରୁଅଛି । ଅତ୍ର ବୈରର କାରଣରୂପ ବିଷୟ ସିଦ୍ଧ ନାହିଁ, ଏବଂ ଚ ମୁଖ ଶୋଭାପାଇବା ଇଚ୍ଛା ବାସ୍ତବିକ ଅହେତୁ, କିନ୍ତୁ ହେତୁ ରୂପରେ ଉତ୍ପ୍ରେକ୍ଷା କରାଗଲା । ସିଦ୍ଧ ବିଷୟୋଫଳୋତ୍ପ୍ରେକ୍ଷୀ - ଯଥା, ପଥଶ୍ରାନ୍ତ ଦିନମଣିଙ୍କ ବିଶ୍ରମ ନିମିତି ଅସ୍ତାଚଳ ସ୍ଥାପିତ ହୋଇଅଛି କି ? ଅତ୍ର ଦିନମଣିଙ୍କ ବିଶ୍ରାମ ନିମିତ୍ତ ଅସ୍ତାଚଳ ସ୍ଥାପିତ ହେବା ବାସ୍ତବିକ ଫଳ ନୁହେଁ, କିନ୍ତୁ ଫଳ ରୂପରେ ଉତ୍ପ୍ରେକ୍ଷା କରାଗଲା । ଏବଂଚ, ଅସ୍ତାଚଳ ବିଷୟ ରୂପରେ ସିଦ୍ଧ ହୋଇଅଛି । ପଙ୍କଜ ତୁମ୍ଭ ପାଦ ରୂପରେ ଜନ୍ମ ଲଭିବା ଆଶାରେ ଜଳରେ ତପସ୍ୟା କରୁଅଛି । ଅତ୍ର ତପସ୍ୟାକରଣ ସାମଗ୍ରୀ ରୁପ ବିଷୟ ଅସିଦ୍ଧ ଏବଂ ପଦ ସାୟୁଜ୍ୟ (ଐକ୍ୟ) ପ୍ରାପ୍ତିରୂପ ଫଳର ଉତ୍ପ୍ରେକ୍ଷା ହେଲା; କିନ୍ତୁ ବାସ୍ତବିକ ଫଳ ନୁହେଁ । ଅତିଶୟୋକ୍ତି ଅଳଙକାର ରୂପକାତିଶୟୋକ୍ତାଳୀ - ଉପମେୟ ଯେବେ ଉପମାନ ପଦରେ ନିର୍ଗୀର୍ଣ୍ଣତ୍ବ (ତବେଦକହ୍) ରୂପରେ ପ୍ରାପ୍ତ ହୁଏ - ଯଥା, ଦେଖ ନୀଳୋତ୍ପଳ ଯୁଗଳରୁ ତୀକ୍ଷଣ ଶରମାନେ ନିର୍ଗତ ହେଉଅଛନ୍ତି । ଅତ୍ର ଉପମାନ ଯେ ନୀଳୋତ୍ପଳ ଯୁଗଳ, ତହିଁରେ ଉପମେୟ ନେତ୍ରଦ୍ବୟ ନିଗୀର୍ଣ୍ଣ (ଅନ୍ତର୍ଭୁତ) ହୋଇଅଛି; ଏବଂଚ, ଉପମୀନଭୂତ ଶରମାନଙ୍କରେ, ଉପମେୟ। ରୂପ କଟାକ୍ଷମାନେ ନିଗୀର୍ଣ୍ଣ (ଗିଳିତ) ହୋଇଅଛନ୍ତି । ସାପହ୍ମବାତିଶୟୋକ୍ତି - ଅତିଶୟୋକ୍ତି ଯେବେ ଅପହୁଡି ଗର୍ଭ ହୁଏ - ଯଥା, ହେ ରାଜନ୍, ଆପଣଙ୍କ ବଟନରେ ସୁଧା ଅଛି; ବୃଥାରେ ଭ୍ରାନ୍ତ-ଜୋକମାନେ ଚନ୍ଦ୍ରମଣ୍ଡଳରେ ଅନୁସନ୍ଧାନ କରୁଅଛନ୍ତି । ଭେଦ କାତିଶୟୋକ୍ତି - ଏକ ପଦାର୍ଥର ଅନ୍ୟତ୍ମ କଥନକୁ - ଯଥା, ଏ। ରାଜାଙ୍କର ଗମ୍ଭୀର୍ଯ୍ୟ ଭିନ୍ନ ଏବଂ ଧୈର୍ଯ୍ୟ ମଧ୍ୟ ଭିନ୍ନ; ଅର୍ଥାତ୍ ଏହାଙ୍କର ଭିନେ ଗାମ୍ଭୀର୍ଯ୍ୟ ଓ ଭିନେ ଧୌର୍ଯ୍ୟ; ଏହାର ତାତ୍ପର୍ଯ୍ୟ ଏହି - ଏହାଙ୍କ ଗାମ୍ଭୀର୍ଯ୍ୟ ଓ ଧୈର୍ଯ୍ୟ ଅନ୍ୟ ବ୍ୟକ୍ତିର ଗମ୍ଭୀର୍ଯ୍ୟ ଓ ଧୈର୍ଯ୍ୟରୁ ଅଧକ ଅଟେ | ସମ୍ବନ୍ଧାତିଶୟୋକ୍ତି - ଅସମ୍ବନ୍ଧରେ ସମ୍ବନ୍ଧ, କଥନକୁ - ଯଥା,