ପୃଷ୍ଠା:Alankara Bodhodaya.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାସୁଦେବ ଗ୍ରନ୍ଥାବଳୀ


ଏହି ନଗରର ସୌଧାଗ୍ର ମାନେ ଚନ୍ଦ୍ରମଣ୍ଡଳକୁ ସ୍ପର୍ଶ କରୁଅଛନ୍ତି । ଅସମ୍ବନ୍ଧାତିଶୟୋକ୍ତି - ସମ୍ବନ୍ଧରେ ଅସମ୍ବନ୍ଧ, କଥନକୁ - ଯଥା, ହେ ମହାରାଜ, ଆପଣ ଦାତା ହେବାରୁ ଆମ୍ଭମାନଙ୍କର କଚ୍ଛଦ୍ରମରେ ଆଦର ହେଉନାହିଁ । ଅଦ୍ର କଚ୍ଛଦ୍ରୁମରେ ଆଦରର ସମ୍ବନ୍ଧ ଅଲେ ମଧ୍ୟ ଅନାଦର ରୂପ ଅସମ୍ବନ୍ଧ କୁହାଗଲା । ଅତ୍ଯନ୍ତାତିଶୟୋକ୍ତି - ହେତୁ ପ୍ରଧାନ ରୁପରେ ବଳବତ୍ତର ହୋଇ କାର୍ଯ୍ୟକୁ କରପଲ୍ଲବର କନିଷ୍ଟ ମୁଦ୍ରିକା କଙ୍କଣ ହେଲାଣି ଭୁଜକୁ, ଉଦ୍ଧବ, କହିବଟି ଗୋପୀନାଥଙ୍କୁ । ଅତ୍ର ବିରହ ରୂପ ହେତୁ ବଳବତ୍ତର ହୋଇ କୃଶତାରୂପ କାର୍ଯ୍ୟ ଜାତ କଲା । ଅକ୍ରମାତିଶୟୋତ୍ତି - ହେତୁ କାର୍ଯ୍ୟ ଦୁହିଁଙ୍କର ଏକକାଳୀନତାକୁ - ଯଥା, ହେ ରାଜନ୍, ଆପଣଙ୍କ ଶର ଓ ଶତୃମାନେ ଏକକାଳରେ ଜ୍ୟକୁ ଆଲିଙ୍ଗନ କରୁଅଛନ୍ତି । ଅତ୍ର ଶରମାନେ ଜ୍ୟା (ଧନୁର୍ଗୁଣ)କୁ, ଶତ୍ରୁମାନେ ଜ୍ୟ । (ପୃଥୁ)କୁ ଆଲିଙ୍ଗନ କରୁଅଛନ୍ତି; ଅର୍ଥାତ୍ ଶର ସନ୍ଧ୍ୟାନ କାରଣ, ଶତ୍ରୁ ପତନ କାର୍ଯ୍ୟ ଏ ଦୁହେଁ ଏକକାଳୀନ 696 ଚପଳାତିଶୟୋକ୍ତବ୍ଯୂଳ° - ପୂର୍ବାପରର ବ୍ୟତିକ୍ରମକୁ - ଯଥା, ପ୍ରଥମତଃ ମାନଶାନ୍ତି ହେଲା, ତଦନନ୍ତର ନାୟିକାକୁ ଅନୁନୀତ କଲା । ପ୍ରଥମରେ ଅନୁନୀତ ହୋଇ ପଶ୍ଚାତ୍ ମାନଶାନ୍ତ ହୁଏ । ଅତ୍ର ତାହାର ବ୍ୟତିକ୍ରମ ଜୋହଲା | ତୁଲ୍ୟ ଯୋଗିତାଳୀ - ବର୍ଣ୍ଣ ବ୍ୟକ୍ତି ଅବର୍ଣ୍ଣ ବ୍ୟକ୍ତି ଏ ଦୁହିଙ୍କର ସମାନ ଧର୍ମ କଥନକୁ - ଯଥା, ରାତ୍ରି ହେବାର୍ତ୍ତ ସରୋଜ ମାନେ, ସୌରଣୀ (ସ୍ନେଚ୍ଛା ତାରିଣୀ) ବଦନମାନେ ସଂକୋଚିତ ହେଲେ । ଅତ୍ର ସରେଜମାନେ ବର୍ଣ୍ଣ, ସୈରିଣୀ ବଦନ ଅବର୍ଣ୍ଣ, ଏ ଦୁହିଁଙ୍କର ସଂକୋଚରୁପ ଏକ ଧର୍ମ କଥନ ହେଲା । କେବଳ ଅବର୍ଣ୍ଣ ତୁଲ୍ଯଯୋଗିତାଳୀ - ଯଥା, ତୁମ୍ବା ଅଙ୍ଗମାର୍ଦବା ଦୃଷ୍ଟ ହେବାରୁ ମାଳତୀ, ଚନ୍ଦ୍ରଲେଖା, କଦଳୀ ଏମାନଙ୍କର କଜୋOiରତା ଜଣାଗଲା । ଅତ୍ର ଅବର୍ଣ୍ଣ ମାଳତ୍ଯାଦିଙ୍କର କଠୋରତା ରୂପ ସମାନ ଧର୍ମ କଥନ ହେଲା ।