ପୃଷ୍ଠା:Sashi Sena.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରୂପେ ମର୍ତ୍ତ୍ୟରେ ବାସ କରିବାକୁ ଏବଂ ଶେଷରେ ନିଜ ନାମ କ‌ହି ପୁନର୍ଦାର ନିଜଧାମକୁ ଫେରିଯିବାକୁ ବର ପାଇ ଆସିଥିଲେ । ଏହି ଘଟନାର କେତେକ ଦିନ ପରେ ଗୋଟିଏ ମାଲୁଣୀ ଫୁଲ୍ଲ ହାର ନେଇ ମନ୍ନିବନିତା ଲୀଳାବତୀଙ୍କ ନିକଟରେ ଉପସ୍ଥିତ ହେଲା । ଦେବୀଙ୍କର ପୁତ୍ତର ସେହି ହାର ମଧ୍ୟରେ ସର୍ପଶିଶୁ ରୂପରେ ଅବସ୍ଥାନ କରୁଥୁଲେ । ଲୀଳାବତୀ ତାହା ଦେଖି ଭୀତ୍ତ ଓ ଚକିତ ହୁଅନ୍ତେ ସେ ଦ୍ବାର ସହସା ଏହି ମାଣିକ୍ୟମାଳାରେ ପରିଣତ ହେଲା । ଏହା ଦେଖି ସେ ପରମ ପ୍ରୀତ ହେଲେ ଏବଂ ମାଣିକ୍ୟମାଳାଟି ପଲଙ୍କ ଉପରେ ରଖି ଅନ୍ୟ କାର୍ଯ୍ୟରେ ମନ ଦେଲେ । କେତେକୁ ସମୟୁ ପରେ କାର୍ଯ୍ୟନ୍ତରୁ ଫେରି ସେ ମାଣିକ୍ୟମାଳା ପରବର୍ତ୍ତରେ ଗୋଟିଏ ଦିବ୍ୟ ସୁନ୍ଦର କୁମାର ଦେଖିବାକୁ ପାଇଲେ । ଚିରସନ୍ତାନହୀନା ଲୀଳାବତୀ ଏ ଅଦ୍- ଭୁତ ଘଟନାରେ ପ୍ରାଣରେ ଅପାର ଆନନ୍ଦ ଅନୁଭବ କରି ସ୍ବାମୀଙ୍କ ନିକଟରେ ସକଳ ବୃତାନ୍ତ ନିବେଦନ କଲେ । ମନ୍ତ୍ରୀ କୁଶଳରମଣ ବୃଦ୍ଧବୟୁସରେ ସନ୍ତାନର ମୁଖ ଅବଲୋକନ କରି ଜୀବନକୁ ସାର୍ଥକ ମନେ କଲେ ଏବଂ ସ୍ତ୍ରୀର ଅନୁରୋଧରେ ପୁତ୍ରଟିର ଅହିମାଣିକ୍ୟ ନାମ କରଣ କଲେ । ଏହିଠାରେ ଆମ୍ଭମାନଙ୍କର ବକ୍ତବ୍ୟ ଏହି ଯେ, ମୂଳ ହଳାହଳ କୁମର କଥାଟିରେ ଅଭିମନ୍ୟୁର ଜନ୍ମ ବୃତାନ୍ନ୍ତ୍ଠାରୁ ଶଶିସେଣା କାବ୍ୟର ଅହମାଣିକ୍ୟ ଜନ୍ମ୍ବୃତାନ୍ତ ସଂପୂର୍ଣ୍ଣ ପୃଥକ୍ । ମୂଳକଥାଟିରେ କଳ୍ପନାର ଆଭିମାନୁଷିକତା ଯେ ପରିମାଣରେ ପ୍ରଦ୍ରଶିତ ହୋଇଅଛି ଆଲୋଚୟ କାବ୍ୟଟିରେ ତାହା ଯଥେଷ୍ଟ ଖର୍ବ ହୋଇ ଯାଇଅଛି । କଥାଚିତ୍ରଟିରେ ଏହ୍ ମାନବିକତାର ଆରୋପ ନିମିତ୍ତ୍ୱ କବି ପ୍ରତାପଙ୍କର । ଦୂରଦୃଷ୍ଟି ଯେ ପ୍ରଶଂସନୀୟ। ଏଥୁରେ କୌଣସି ସନ୍ଦେହ ନାହିଁ । ତେବେ ସନ୍ତାନ ଲାଭ ନିମିତ୍ତ ଯେଉଁ ଦେବୀ ଆର୍ଧନାର ଚିତ୍ର ସେ