ପୃଷ୍ଠା:Kathalahari (RN Das, 1927) opt.pdf/୧୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସାଧବ ଘର ବୋହୂ କଥା ।

ସମସ୍ତେ କହିଲେ ସାନ ବୋହୁକୁ ଘରୁ ତଡ଼ିଦିଅ । ତା ସ୍ୱାମୀ ଆଗରେ କହିଲେ । ସ୍ୱାମୀ କହିଲା ହଁ ତଡ଼ିଦେବ ସେ, ରହିଥାଅ ବୁଝିବା, ଶୁଣିବା ଲୁଚିକରି ସେ କଣ କହିବ, ତେବେ ଯାଇ ତଡ଼ିଦେବ, ବୃଥାରେ କାହିଁକି ସେମନ୍ତି ହେଉଚ ? ସମସ୍ତେ ତୁନିତାନି ହୋଇ ରହିଲେ । ତହିଁ ଆରଦିନ ସାନବୋହୂ ଗାଧୋଇ ଗଲାବେଳେ ଶାଶୁ, ଛ ଯା, ୟା ବର ଲୁଚିକରି ରହିଲେ । ଏ ଗାଧୋଇ ଆସି ଠାକୁରଙ୍କଠାରେ ଦଣ୍ଡବତ କଲା ବେଳେ କହିଲା, ଶଶୁର ହୋଇବେ ଗାଁ ରାଜନ ଲୋ, ଏହିପରି ସବୁଦିନେ ଯେମନ୍ତି କହେ ସେମନ୍ତି କହିଲା । ଦିଅଁ କହିଲେ ହଁ ହୋଇବ । ସାନବୋହୂ ଘରକୁ ଆସିଲା, ଏ ସବୁ ଘରକୁ ଆସିଲେ ଏହାର ବର କହିଲା, ସେତ ଏହା କହିଲା, ତେମେ ସବୁ କେମନ୍ତି ଅନ୍ୟ ପ୍ରକାର କହିଲ ? ଆଜି ଏହା କହିଲ, ଆଉ କେଉଦିନ ଆଉ କଣ କହିବ । ଦିଅ ତାକୁ ବାହାର କରିଦିଅ, ମତେ ବାହାର କରିଦିଅ, ଆମେ ଯାଉଛୁଁ । ଏହା କହି ସ୍ୱାମୀ ସ୍ତ୍ରୀ ଦୁହେଁଯାକ ଗଲେ ଘରୁ ବାହାରି । ଯାଇଁ ଆଉ ଗୋଟିଏ ରାଇଜରେ ଗୋଟାଏ ବରଗଛ ମୂଳରେ ବସିଚନ୍ତି, ସେ ରାଇଜର ରଜା ମରି ଯାଇଥାଏ ଯେ ହାତୀ ମୁଣ୍ଡରେ କଳଶ ଦିଆ ହୋଇଥାଏ, ଯାହା ଉପରେ ହାତୀ କଳଶ ଢାଳିବ ସେ ରାଜା ହେବ । ହାତୀ କଳଶ ଘେନି ବୁଲୁଥାଏ, ଦେଖିଲା ଏ ଦୁହେଁ ବରଗଛମୂଳେ ବସିଚନ୍ତି, ୟାଙ୍କ ଉପରେ କଳଶ ଢାଳିଦେଲା, ୟାଙ୍କୁ ଉପରେ ଟେକି ବସାଇଲା, ନେଇ ସେ ରାଇଜରେ ରଜା କରାଇଲା । ଏ ରଜା ହେଲା, ଭାରିଯା ପାଟରାଣୀ ହେଲା, ରହିଲେ । ପୁଅ ଜନ୍ମ ହେଲା, ପୁଅର ନା ଦେଲେ, ଖଡ଼ିଛୁଆଁ, କାନବିନ୍ଧା ହେଲା । ପୁଅ ବଢ଼ିଲା, ଦୁଆରେ ଗୋଟାଏ ଟଭାଗଛ ଲଗାଇ ଥାଏ, ପୁଅ ହାତରେ ଖଣ୍ଡିଏ ଆଙ୍କୁଡ଼ୀ ଦେଇଥାଏ, ପୁଅ ଫୁଲ ତୋଳୁଥାଏ, ଗୀତ ବୋଲୁଥାଏ