ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୧୯

ହେବାର ପ୍ରୟୋଜନ ଅଛି । ଯେଣୁ ଶରୀରର ଯେବେ ଝାଳ ବନ୍ଦ ଥାୟେ ତେବେ ଜ୍ୱରାଦି ରୋଗ ଜନ୍ମି ଅନେକର ପ୍ରାଣର ହାନି ଜନ୍ମାଇବାକୁ ପାରଇ । ଏହେତୁ ସେ ଝାଳ ନିର୍ଗତ ନିମନ୍ତେ ପରିଶ୍ରମ ଯୁକ୍ତ ଓ ପରିଷ୍କାର ହେବାର ଆମ୍ଭମାନଙ୍କର ଉଚିତ ।

ଶିଷ୍ୟ । ଆମ୍ଭମାନଙ୍କର ଶରୀର‌ଋ ଯେ ସର୍ବଦା ଝାଳ ବାହାର ହୁଅଇ ତାହା କିଋପେ ଜଣା ଯାୟେ ?

ଗୁଋ । ଗ୍ରୀଷ୍ମ କାଳରେ ନିର୍ମଳ ପରିଷ୍କୃତ କୌଣସି ଧାତୁ ଯେବେ କିଛିକାଳ ଅଙ୍ଗରେ ରଖ ତହିଁରେ ସ୍ପଷ୍ଟଋପେ ପ୍ରମାଣ ପାଇବାକୁ ପାର । ତାହା ଛଡା ଯେବେ ନିର୍ମଳ ଶୁଷ୍କ କୌଳସି ବଡ ଗିଲାସର ମଧ୍ୟରେ କିଛିକାଳ ବସ୍ତ୍ରରହିତ ହସ୍ତ ରଖ ତେବେ ସେ ଗିଲାସର ଉପରେ ଭାମ୍ପଋପ ଝରିବାର ଝାଳ ଦେଖାଯିବ । ଆଉ ଯେବେ ବହୁତ ବେଳ ପର୍ଯ୍ୟନ୍ତ ହସ୍ତ ରଖ ତେବେ ତହିଁରେ ଜଳ ରେଖାର ପ୍ରାୟେ ଦେଖିବାକୁ ପାଇବ ।

ଶରୀରର ଅନ୍ତସ୍ଥ ବିଷୟରେ ।

ଶିଷ୍ୟ । ଅବଧାନ ଯେବେ ଅନୁଗ୍ରହ କରି ଅନ୍ତର୍ଗତ ଅଦୃଶ୍ୟ ଶରୀରର ବିଷୟ ସ୍ପଷ୍ଟଋପେ ଆମ୍ଭକୁ ଜଣାଅ ତେବେ ଆମ୍ଭେ ବଡ ଆହ୍ଲାଦିତ ହେବା ।

ଗୁଋ । ଅନ୍ତର୍ଗତ ଅଙ୍ଗର ମଧ୍ୟରେ ପ୍ରଧାନ ଅଙ୍ଗ ହୋଇଅଛି ଆମାଶୟ ସ୍ଥାନ । ତା ମଧ୍ୟରେ ଖାଇଲାର ଦ୍ରବ୍ୟ ସମସ୍ତ ପରିପକ୍ୱ ହୁଅଇ । ପୁଣି ପାଚକ ନାମରେ ପିତ୍ତକୋଷଋ ନିତ୍ୟ ୨ ପିତ୍ତରସ ସେ ଆମାଶୟ ସ୍ଥାନରେ ପ୍ରବେଶ ହୁଅଇ । ଦ୍ୱିତୀୟ ସ୍ଥାନ ଉଦର ନାଡୀ । ଭୋଜନ ଦ୍ରବ୍ୟ ସମସ୍ତ ପରିପକ୍ୱ ହୋଇ ଅମାଶୟଠାଋ ତା ମଧ୍ୟରେ ପ୍ରବେଶ ହୁଅଇ । ତହୁଁ ସେ ଭୋଜନ ବସ୍ତୁର କୋମଳ ଭାଗ ତଳକୁ ଯାୟେ ପୁଣି ରସମୟ ଭାଗ ଶୋଷକ ନାଡୀରେ ପଡି