ପୃଷ୍ଠା:Kathalahari (RN Das, 1927) opt.pdf/୨୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୨
ଉତ୍କଳ କାହାଣୀ ସଂଗ୍ରହ

ଆସିଥିଲୁଁ, ଆମ ଘରକୁ ଆମେ ଫେରି ଯାଉଚୁଁ । ସେମାନଙ୍କୁ ଅଟକାଇବାକୁ ବୁଢ଼ୀଅସୁରୁଣୀ କେତେ ଫୁସୁଲାଇଲା, ଏମାନେ କେହି ରହିଲେ ନାହିଁ, ଚାଲିଆସିଲେ । କେତେକ୍ଷଣ ପରେ ବୁଢ଼ୀଅସୁରୁଣୀର ପିଲାମାନେ ଚରିବାକୁ ଯାଇଥିଲେ ଆସିଲେ । ବୁଢ଼ୀଅସୁରୁଣୀ କ‌ହିଲା କୁଆଡ଼େ ଯାଇଥିଲ, ଏତେବେଳେକେ ଆସିଲ; ଏହି ଦଣ୍ଡକ ମଧ୍ୟରେ ଆସିଥିଲେ ଅଇଛିକା କି ସୁନ୍ଦର ଦରବ ଖାଇଥାନ୍ତ; କଁଇସୀକାକୁଡ଼ିପରି ମୁଡ଼ୁ ମୁଡ଼ୁ କରି ଚୋବାଇ ଥାନ୍ତ, କି ସୁନ୍ଦର ପିଲାଗୁଡ଼ିଏ ଆସିଥିଲେ । ଏବେଯାଅତାଙ୍କ ଭିତରୁ ଜଣକ କାନିରେ ମୁଁ ସୋରିଷ ବାନ୍ଧି ଦେଇଛି, ସୋରିଷ ବିଞ୍ଚି ବିଞ୍ଚି ଯାଉଥିବ, ଗଛ ଉଠି ଉଠି ଯାଉଥିବ । ଫୁଲ ଫୁଟି ୨ ଯାଉଥିବ ସେହି ବାଟକୁ ଅନାଇ ଅନାଇ ଯିବ; ସେମାନଙ୍କୁ ପାଇବ । ଅସୁରପିଲାମାନେ ଦୌଡ଼ିଲେ, ସାଧବଝିଅଙ୍କ ପାଖରେ ଲାଗିବାକୁ ଅଳପ ବାଟ ଅଛି, ଏମାନେ ପଛକୁ ଅନାଇ ଦେଲେ, ଦେଖିଲେ ଅସୁର ଛୁଆ ସାତଟା ତାଙ୍କ ପଛେ ପଛେ ଦୌଡ଼ିଚନ୍ତି । ଏମାନଙ୍କ ବୁଦ୍ଧି ହଜିଗଲା; କଣ କରିବେ ବୋଲି ଆଉବୁଦ୍ଧି ଦିଶିଲା ନାହିଁ । ବାଟରେ ଗୋଟିଏ ଆମ୍ବଗଛ ଥିଲା ତା ପାଖକୁ ଯାଇଁ ସାଧବଝିଅମାନେ କ‌ହିଲେ, ହେ ଆମ୍ବଗଛ, ତୁ ଯଦି ସତ୍ୟଯୁଗର ଗଛ ହୋଇଥିବୁ, ତୁ ଫାଟିଯିବୁ; ଆମେ ତୋ ଭିତରେ ପଶିଯିବୁ, ତୁ ବୁଜିହୋଇ ଯିବୁ । ଅସୁରଛୁଆସବୁ ଆସି ପ‌ହଞ୍ଚିଲାବେଳକୁ ଏମାନେ ଆମ୍ବଗଛରେ ପଶିଗଲେଣି । ସେ ଗଛମୂଳେ ଗୋଟାଏ ପୋଖରୀ ଥିଲା; ଅସୁରଛୁଆଯାକ ସେ ପୋଖରୀରୁ ପାଣି ଆଣି ଗଛମୂଳେ ଅଜାଡ଼ି ଅଜାଡ଼ି ପୋଖରୀକ ପାଣି ଶୁଖାଇ ଦେଲେ । ଗଛକୁ ଦୋହଲାଇ ୨ ଓପାଡ଼ି ତଳେ ପକାଇ ଦେଲେ । ଧୋବାଘରୁ କୁରାଢ଼ି ଆଣି ଗଛକୁ ତନି ଗର କରି କାଟି ପକାଇଲେ, ମଝି ଗରଟି ମୁଣ୍ଡାଇ ଘରକୁ ନେଇଗଲେ ନେଇ ବାଡ଼ିଦୁଆରେ ପକାଇ କୁରାଢ଼ୀରେ ତାକୁ ଚିରିବାକୁ ବସିଲେ । ସାଧବଝିଅମାନେ ସେ କାଠ ଗର ଭିତରୁ ହୁଳହୁଳି ପକାଇଲେ । ବୁଢ଼ୀଅସୁରୁଣୀ ହୁଳହୁଳି ଶୁଣି ତାର ପିଲାମାନଙ୍କୁ ମାରି ଗୋଡ଼ାଇଲା,