ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩୦

ମାନଙ୍କର ନଖ ସୁତୀକ୍ଷ୍ନ ଓ ବଙ୍କା ହୁଅଇ ପୁଣି ସମ୍ମୁଖରେ ଦନ୍ତ ଅତି ବିକଟାକାର ପୁଣି ଚକ୍ଷୁ ପ୍ରଜ୍ୱଳିତ । ସେମାନଙ୍କର ଏମନ୍ତ ବେଗ ଓ ଶକ୍ତି ଯେ ଅକସ୍ମାତ୍ ଆକ୍ରମଣ କରି ଅନ୍ୟକୁ ଧରିବାକୁ ପାରନ୍ତି ।

ଶିଷ୍ୟ । ସେମାନଙ୍କର ଦନ୍ତର କିଛି ବିଶେଷ ଅଛି କି ନାହିଁ ?

ଗୁରୁ । ହାଁ, ସେମାନଙ୍କର ଦନ୍ତର ଉପର ପାଟିର ସମ୍ମୁଖ ଭାଗରେ ଛଅଟା ଦନ୍ତ ତହିଁରେ ଗୋଟାଏ ବଡ । ଆଉ ଦୁଇ ପାଟିର ମଧ୍ୟରେ ଦୁଇ ତୀକ୍ଷ୍ନ କୁକ୍କୁର ଦନ୍ତ ଅଛି ଏହି ବର୍ଗର ମଧ୍ୟରେ କୁକ୍କୁର, ବିରାଡି, ଭାଲୁ, ଜଳମାର୍ଜାଣ, ଛୁଚୁନ୍ଦରା, ଶଲ୍ଲକୀ, ଇତ୍ୟାଦି ଜାଣିବ ।

ଶିଷ୍ୟ । ସିଂହ, ବ୍ୟାଘ୍ର, କେନ୍ଦୁଆ, ଏମାନଙ୍କର ବିଷୟ ଆପଣ କିଛି ନ କହିଲ । ଏ ସମସ୍ତ କି ଏହି ବର୍ଗର ମଧ୍ୟରେ ନାହାନ୍ତି ?

ଗୁରୁ । ହାଁ, ଏହି ବର୍ଗର ମଧ୍ୟରେ ପ୍ରମାଣ । ସିଂହ, ବ୍ୟାଘ୍ର ଏ ଦୁଇ ଜନ୍ତୁ ବିରାଡି ବିଶେଷ ବୋଲାଯାଏ ଓ କେନ୍ଦୁଆ, ହେଟାବାଘ ଏ ଦୁଇ କୁକ୍କୁର ବିଶେଷ ବୋଲାଯାଏ ଏହି ନିମନ୍ତେ ଏମାନଙ୍କର ବିଷୟ କିଛି ନ କହିଲୁ ।

ଶିଷ୍ୟ । କାହିଁରେ ଚତୁର୍ଥ ବର୍ଗ ଜନ୍ତୁର ଭେଦ ହୁଅଇ ପୁଣି ତାହାର ମଧ୍ୟରେଇ ଅବା କେତେ ପ୍ରକାର ଜନ୍ତୁ ଅଛି ?

ଗୁରୁ । ଓଧ, ମୂଷା, ଗୁଣ୍ଡୁଚିମୂଷା, ଠେକୁଆ, ଇତ୍ୟାଦି ଏମାନଙ୍କର ଦୁଇ ପାଟିର ସମ୍ମୁଖରେ ଦୁଇ ତୀକ୍ଷ୍ନ ଦନ୍ତ ଥାଏ ।

ଶିଷ୍ୟ । ପଞ୍ଚମ ବର୍ଗର ମଧ୍ୟରେ କେଉଁ ପଶୁ ?

ଗୁରୁ । ଗୋରୁ, ମେଷ, ଛେଳି, ମୃଗ, ଓଟ, ଇତ୍ୟଦି ଯେଉଁମାନେ ଦୁଇଖୁର ପଶୁ ଭସମାନେ ଏହି ବରାଗର ମଧ୍ୟରେ ଗଣିତ ହୁଅନ୍ତି । ପୁଣି ସେମାନଙ୍କର ଉପର ପାଟିର ସମ୍ମୁଖରେ ଦନ୍ତ ନ ଥାଏ ମାତ୍ର ତଳ ପାଟିରେ ଆଠୁଟା ଦନ୍ତ ଥାଏ । ପୁଣି ସେମାନେ ପ୍ରଥମ ଭୋଜନର ଦ୍ରବ୍ୟ ଉଦରସ୍ଥ ନ କରି ଗଳ କମ୍ବଳର ମଧ୍ୟରେ