ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩୧

ରଖନ୍ତି ପଛେ ବିଶ୍ରାମ ସମୟରେ ଅଳ୍ପେ ଉଦ୍ଗାର ଓ ଚର୍ବଣ କରି ଉଦରସ୍ଥ କରନ୍ତି ।

ଶିଷ୍ୟ । ଏହି ସମସ୍ତ ପଶୁର ଖୁରା କି ଚିରା ନୋହେ ?

ଗୁରୁ । ହାଁ, ଦ୍ୱିଖଣ୍ଡ ପ୍ରମାଣ । ସେମାନେ ପ୍ରାୟ ସ୍ୱାଭାବିକ ଅହିଂସ୍ରକ ପୁଣି କେହି ତାଡନାଦି କଲେ କଠିଣ ଶୃଙ୍ଗଯୁକ୍ତ ମସ୍ତକରେ ହିଂସା କରିବାକୁ ଉଦ୍ୟତ ହୁଅନ୍ତି ।

ଶିଷ୍ୟ । ଷଷ୍ଠ ବର୍ଗର ମଧ୍ୟରେ କେତେ ପ୍ରକାର ଜନ୍ତୁ ଆଉ ସେମାନଙ୍କର ବିଶେଷ ଚିହ୍ନ ଅବା କି ?

ଗୁରୁ । ଷଷ୍ଠ ବର୍ଗର ମଧ୍ୟରେ ଗଣ ଚାରି ଅଛି ଅର୍ଥାତ ଘୋଡା, ସିନ୍ଧୁ ଘୋଡା, ଶୂକର, ପୂଡଶୂକର ଅଛି । ଏହି ଚାରି ଜନ୍ତୁର ଦୁଇ ପାଟିରେ ଦୁଇରୁ ଅଧିକ ଦନ୍ତ ଅଛି ପୁଣି ସେମାନେ ଶୃଙ୍ଗହୀନ ଅଟନ୍ତି ।

ଶିଷ୍ୟ । ସପ୍ତମ ବର୍ଗ ଜନ୍ତୁର ବିଶେଷ ଚିହ୍ନ କି ?

ଗୁରୁ । ସେମାନଙ୍କର ହସ୍ତ ପାଦାଦି ନାହିଁ ଏହି ବିଶେଷ ଚିହ୍ନ । ଏହି ସପ୍ତମ ବର୍ଗର ମଧ୍ୟରେ ତିମି, ଶୁଶୁକ, ଇତ୍ୟାଦି ଜଳଚର ଜନ୍ତୁ ଜାଣିବ ।

ଶିଷ୍ୟ । ଏମାନେ କି ମସ୍ଚ୍ୟ ନୁହନ୍ତି ?

ଗୁରୁ । ବାହାରେ ମସ୍ଚ୍ୟର ନ୍ୟାୟ ପ୍ରମାଣ ପୁଣି ଅନ୍ତରରେ ଚତୁଷ୍ପଦ ପଶୁର ତୁଳ୍ପ ହୋଇ ଜଳ ମଧରେ ବାସ କରି ନିଜ ସ୍ତନ ଦୁଗ୍ଧରେ ଆପଣା ଶିଶୁ ପାଳଣ କରନ୍ତି ପୁଣି ଫୁସ୍ଫୁସିରେ ନିଶ୍ୱାସ ପ୍ରଶ୍ୱାସ ଛାଡନ୍ତି ।

ଶିଷ୍ୟ । ଅବଧାନ ଅନୁଗ୍ରହ କରି ଯେବେ ସେ ତିମି ମସ୍ଚ୍ୟର ବିଷୟ କିଛି କହନ୍ତି ତେବେ ବଡ ଆହ୍ଲାଦ ପାଇ ।

ଗୁରୁ । ଶ୍ରବଣ କର । ତିମି ମସ୍ଚ୍ୟ ଅତିବଡ । ସେ ଦୀର୍ଘରେ ପ୍ରାୟ ବାଆନ ହାତ ଓ ଉଚ୍ଚରେ ଦ୍ୱାଦଶ ହାତ ପରିମାଣରେ ବୃଦ୍ଧି ପାୟେ