ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୨୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୩୨

ଆଉ ଏମାନେ ଏମନ୍ତ ବଳବାନ ଯେ ପୁଚ୍ଛ ଠେସିରେ ଅନାୟାସେ ନୌକା ଉଲଟାଇ ପକାଇ ପାରନ୍ତି । ସେମାନେ ଉତ୍ତର ଦକ୍ଷିଣ କେନ୍ଦ୍ର ସାଗରର ନିକଟରେ ବାସ କରନ୍ତି ପୁଣି ପୁଚ୍ଛ ଦେଇ ଜଳରେ ଗମନାଗମନ କରନ୍ତି । ଯେ ସମୟରେ ସେମାନେ ବେଗରେ ଗମନ କରନ୍ତି ସେ କାଳରେ ସ୍ରୋତର ନ୍ୟାୟ ଜଳର ଧାରା ବହଇ ତାହା ଦେଖି ଜାହାଜୀ ଲୋକମାନେ ସେମାନଙ୍କର ସ୍ଥାନ ନିଶ୍ଚୟ କରିବାକୁ ପାରନ୍ତି । ଆଉ ସେମାନଙ୍କର ମୁଖ ଅତି ବଡ ପ୍ରମାଣ ପୁଣି ଗଳାର ରନ୍ଧ୍ର ଅତି ସଚା । ତାର ମୁଖର ଉପର ପାଟିରେ ଦନ୍ତ ନାହିଁ ପୁଣି ମାଢିରେ ଅତି କଠିଣ ବଡ ଅସ୍ଥି ଅଛି, ସେ ଅସ୍ଥି ଗଜଦନ୍ତର ନ୍ୟାୟ ମୂଲ୍ୟବାନ ହୁଅଇ । ଯେ ସମୟରେ ମୁଖ ବିସ୍ତାର କରି ବେଗରେ ଗମନ କରନ୍ତି ସେ କାଳରେ ବହୁତ କ୍ଷୁଦ୍ର ସସ୍ଚ୍ୟ ସେମାନଙ୍କର ମୁଖ ମଧ୍ୟରେ ପ୍ରବେଶ ହୁଅନ୍ତି ତହିଁରେ ପାଟୀ ବୁଜିକରି ସେ ସମସ୍ତ ଗିଳନ୍ତି ଏହିଋପେ ସେମାନଙ୍କର ଆହାର ହୁଅଇ । ଆଉ ସେମାନେ ଫୁସ୍ଫୁସିରେ ବାୟୁ ଗ୍ରହଣ କରନ୍ତି ଏହି ନିମନ୍ତେ ସବୁବେଳେ ଜଳ ମଧ୍ୟରେ ଡୁବି ନ ଥାଇ ପ୍ରାୟ ଦଣ୍ଡର ମଧ୍ୟରେ ଦୁଇଥର ମୁଖ ଭଷାଇ ଉଠନ୍ତି । ପୁଣି ସେହି ସମୟରେ ଉଦରସ୍ଥ ସମସ୍ତ ଜଳ ମସ୍ତକର ରନ୍ଧ୍ର ଦେଇ ବାହାର କରି ପକାନ୍ତି । ପୁଣି ସେ କାଳରେ କେହି ଯେବେ ହୁରୁଡାଇ ଦିଅଇ ତେବେ ପ୍ରବଳ ବତାସର ନ୍ୟାୟ ଶବ୍ଦ କରନ୍ତି । ଏହି ତିମି ମସ୍ଚ୍ୟ ଅତି କୋମଳ ସକାଶେ କେବେ କ୍ଷ୍ୟୁଦ୍ର ମସ୍ଚ୍ୟମାନେ ସେମାନଙ୍କର କେଶ ଜନ୍ମାନ୍ତି । ସେମାନେ ପ୍ରସବ ସମୟରେ ଏକ ସନ୍ତାନ ମାତ୍ର ପ୍ରସବ କରନ୍ତି ପୁଣି ସନ୍ତାନ ମାତାର ପ୍ରତି ଏକକୁଅରେକ ସେମାନଙ୍କର ଏମନ୍ତ ସ୍ନେହ ଯେ ପ୍ରାଣାନ୍ତରେଇ କଦାଚିତ ବିଚ୍ଛେଦ ନୁହନ୍ତି ।

ଶିଷ୍ୟ । ତେବେ ସେମାନେ କି ପ୍ରକାରେ ଧରା ପଡନ୍ତି ?

ଗୁରୁ । ଜାହାଜି ଲୋକମାନେ ସେମାନଙ୍କର ସ୍ଥାନ ନିର୍ଣ୍ଣୟ କରି