ପୃଷ୍ଠା:Odishara Itihas.pdf/୨୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓଡ଼ିଶାର ଇତିହାସ ।

ସମୟରୁ କଚେରୀ ଓ ଥାନା ବସାଇଅଛନ୍ତି । ଖୋର୍ଦା ନିକଟରେ ଓ ଗଡ଼ର ଭିନ୍ନ ଭିନ୍ନ ଅଂଶରେ ଓଡଶାରାଜାଙ୍କ ନିର୍ମିତ ଅନେକ ପ୍ରାସାଦ ଓ ଦୁର୍ଗର ଭଗ୍ନାବଶେଷ ଆଜିଳାଲି ସୁଦ୍ଧା ନେତ୍ରଗୋଚର ହୁଅଇ । ସେ ସବୁ ମଧ୍ୟରେ ବରୁଣାଈ ଗଡ଼ ପ୍ରଧାନ ଓ ଦୃଢ଼ତମ ଥିବାର ପ୍ରତୀୟମାନ ହୁଅଇ ।

ପିପିଲି ଏକ ସମୟରେ ଭୋଇବଂଶୀୟ ରାଜାଙ୍କର ଦୁର୍ଗ ଓ ଆବାସସ୍ଥାନ ଥିଲା । ଏଠାରେ ପୂର୍ବ ରାଜାଙ୍କର ଦୁର୍ଗ ଓ ପୁଷ୍କରିଣୀଚୟର ବର୍ତ୍ତମାନ ଭଗ୍ନାବଶେଷ ରହିଅଛି । ଇଂରାଜଙ୍କର ଗୋଟିଏ ଥାନା ଓ ଖ୍ରୀଷ୍ଟିୟାନଙ୍କର ଗିର୍ଜା ଓ ବିଦ୍ୟାଳୟ ପ୍ରଭୃତି ବର୍ତ୍ତମାନ ଏଠାରେ ସ୍ଥାପିତ ହୋଇଅଛି । ବ୍ୟାପ୍‌ଟିଷ୍ଟ ଖ୍ରୀଷ୍ଟୀୟାନଙ୍କର ପୁରୀ ଜିଲ୍ଲାର ଧର୍ମପ୍ରଚାର କାର୍ଯ୍ୟର ପିପିଲି କେନ୍ଦ୍ର ସ୍ଥଳୀ ଅଟଇ । ସୁଦକ୍ଷ ଓଡ଼ିଆ ଦରଜୀ ଅନେକ ପିପିଲଠାରେ ବାସ କରନ୍ତ ! ବୋଧହୁଏ ଓ ପ୍ରବାଦ୍ୱାରା ଜଣାଯାଏ ଯେ ସେମାନଙ୍କ ପୂର୍ବପୁରୁଷେ ପୁରୁଷାନୁକ୍ରମେ ଓଡିଶା ହିନ୍ଦୁ ରାଜପରିବାରମାନଙ୍କର ବସ୍ତ୍ର ସୀବନ କର ଆଶ୍ରିତ ଓ ଅନୁଗ୍ରହିତ ବ୍ୟକ୍ତି ହୋଇଥିଲେ ।

ଭଦରଖ ପୂର୍ବେ ମୋଗଲମାନଙ୍କ ସମୟରେ ସେହି ନାମଧାରୀ ସରକାର ବା ଜିଲାର ପ୍ରଧାନ ନଗର ଥିଲା | ବର୍ତ୍ତମାନ ଏଠାରେ ଇଂରାଜଙ୍କର ଏକ ସବଡ଼ିବିଜନ କଚେରୀ ଅଛି । ଏସ୍ଥାନରେ ବର୍ତ୍ତମାନ ଉତ୍ତମ ଲୁଗା ଓ ଗାମୁଛା ପ୍ରସ୍ତୁତ ହୁଅଇ । ସାଳନ୍ଦୀ ନଦୀତୀରରେ ଏ ନଗର ଅବସ୍ଥିତ । ଏଠା କଳବାୟୁ ମଧ, ସ୍ବାସ୍ଥ୍ୟକର ।

ଜଳେଶ୍ୱର ବାଲେଶ୍ୱର ଜିଲର ଉତ୍ତରବର୍ତ୍ତୀ ଗ୍ରାମମାନଙ୍କ ମଧ୍ୟରେ ଏକ ପ୍ରଧାନ ସ୍ଥାନ ଅଟଇ । ଏଠାରେ ଅନେକ ସମ୍ଭାନ୍ତ ବ୍ୟକ୍ତି ବାସ କରନ୍ତ, ମଧ୍ୟ ଇଂରାଜଙ୍କର ଏକ ଥାନା ଏଠାରେ ସ୍ଥାପିତ ହୋଇଅଛି ।

ନଦୀ ଓ ଉତ୍ସ - ବର୍ଷାପାଣି, ଗଳିତବରଫ, ପ୍ରାକୃତିକ, ଜଳପ୍ରସ୍ରବଣ ନଦୀ ଉତ୍ପତ୍ତିର ମୂଳ ହେତୁ । ଓଡ଼ିଶା ନୂଖ୍ୟମାନଙ୍କ ସଙ୍ଗେ ଗଳିତବରଫର କୌଣସି ସଂସ୍ରବ ନାହିଁ । ବର୍ଷା ଓ ଝରଣାପାଣି ଏଠା ସ୍ରୋତସ୍ୱତୀଚୟୁର ପ୍ରଧାନ ଉପାଦେୟ । ଗ୍ରୀଷ୍ମ ଓ ଶୀତକାଳରେ ଏମାନ ସୂକ୍ଷ୍ମସୁତ୍ର ପ୍ରାୟ ସୁବିସ୍ତୀର୍ଣ୍ଣ ବାଲୁକାଶଯ୍ୟା ମଧ୍ୟ ଦେଇ ଧୀରେ ଧୀରେ ସମୁଦ୍ରଦିଗକୁ ଗତି ବିସ୍ତାର କରଇ । ବର୍ଷାକାଳ ଉପସ୍ଥିତ ହେଲେ ଏମାନଙ୍କ ଆକାର ଏକାବେଳକେ ପରିବର୍ତ୍ତୀତ ହୋଇଯାଏ । ସୁକ୍ଷ୍ମସୂତ୍ର ପ୍ରକାଣ୍ଡ ଗଣ୍ଡିରେ ପରିଣତ ହୁଏ । ଆରବସାଗରରୁ ପଶ୍ଚିମବାୟୁ ଉତ୍ଥିତ ହୋଇ ଅଧିକାଂଶ ଓଡ଼ିଶୀ ନଦୀ ଯେଉଁ ଯେଉଁ ପର୍ବତରୁ ଉତ୍ପନ୍ନ ହୋଇଅଛି, ସେହି ସେହି ପର୍ବତ ପାହାଡ଼ର ଶିରୋଭାଗରେ ନିର୍ଧୁମ ବର୍ଷାପାଣି ବର୍ଷଣ କରଇ । ଭୀଷଣ ବେଗ ଧାରଣ କରି ସ୍ରୋତ ପ୍ରବାହତ ହୁଏ । ସ୍ରୋତ ସଙ୍ଗେ ସଙ୍ଗେ ପର୍ବତ ପାହାଡ଼ ଓ