ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪୦

ଯୋଗ୍ୟ ନିର୍ମାଣ ହୋଇଅଛି ସେଋପେ ମସ୍ଚ୍ୟରଇ ହୋଇଅଛି ଯେହେତୁ ପକ୍ଷିଗଣ ଯେମନ୍ତ ଆକାଶମଣ୍ଡଳରେ ଉଡିବେ ମସ୍ଚ୍ୟଗଣଇ ସେଋପେ ଜଳର ମଧ୍ୟରେ ଭ୍ରମଣ କରିବେ ଏହିନିମନ୍ତେ ଉର୍ଦ୍ଧ୍ୱରେ ଓ ତଳେ ଗତି କରିବା ପାଇଁ ସେମାନଙ୍କର ବିଶେଷଋପେ ସୃଷ୍ଟି ହେଲା । ଦେଖ, ଅଗ୍ରଭାଗ ଆରମ୍ଭ କରି ପୁଚ୍ଛଦେଶ ପର୍ଯ୍ୟନ୍ତ କ୍ରମେ ସୂକ୍ଷ୍ମ , ନିର୍ମଳ, ଦୀର୍ଘାକାର ଶରୀର ହେଲେ ଜଳର ମଧ୍ୟରେ ଗମନାଗମନ କରିବାକୁ ଭଲ ହୁଅଇ ଏହିନିମନ୍ତେ ମସ୍ଚ୍ୟଗଣର ତାଦୃଶ ଶରୀର ହୋଇଅଛି ।

ଶିଷ୍ୟ । ମସ୍ଚ୍ୟଗଣ ଜଳର ମଧ୍ୟରେ ଥାଇ କିପ୍ରକାରେ ନିଶ୍ୱାସ ପ୍ରଶ୍ୱାସ ଛାଡନ୍ତି ?

ଗୁରୁ । ସେମାନେ ମନୁଷ୍ୟର ମତେ ନୋହେ ଜଳର ମଧ୍ୟରେ ଯେ ବାୟୁ ଅଛି ସେହି ବାୟୁ ସେମାନଙ୍କର ମୁଖ ଦେଇ ପ୍ରବେଶ ହୋଇ ଗାଲସି ଦେଇ ବାହାର ହୁଅଇ ଏହି ସକାଶେ ସେମାନେ ବଞ୍ଚନ୍ତି ।

ଶିଷ୍ୟ । ମସ୍ଚ୍ୟର କି ଇନ୍ଦ୍ରିୟ ଅଛି ?

ଗୁରୁ । ହାଁ, ସେମାନଙ୍କର ନାସିକା ଦେଖି ବୋଧ ହୁଅଇ ଯେ ଘ୍ରାଣେନ୍ଦ୍ରିୟ ଅଛି ପୁଣି ମନୁଷ୍ୟରଠାରୁ ସେମାନଙ୍କର ସ୍ପର୍ଶେନ୍ଦ୍ରିୟ କିଞ୍ଚିତ ପ୍ରବଳ ଯେହେତୁ ବାୟୁଗତ ଶୀତଳତା ଓ ଉଷ୍ଯତା ଗୁଣ ସେମାନଙ୍କର ଶିଘ୍ର ବୋଧହୁଅଇ । ଆଉ ଜଳର ମଧ୍ୟରେ ଯେମନ୍ତ ସେମାନଙ୍କର ଦୃଷ୍ଟିର ବ୍ୟାଘାତ ନ ଜନ୍ମଇ ଏକାରଣ ବିଶେଷ କରି ସେମାନଙ୍କର ଚକ୍ଷୁର ନିର୍ମାଣ ଆଶ୍ଚର୍ଯ୍ୟଋପରେ ହୋଇଅଛି ।

ଶିଷ୍ୟ । ମସ୍ଚ୍ୟଗଣର କାତିରେ କି ଉପକାର ?

ଗୁରୁ । ଜଳର ଭାର ଯେମନ୍ତ ସେମାନଙ୍କୁ ନ ଲାଗଇ ପୁଣି ଶୀତରେ ଯେମନ୍ତ ସେମାନେ କାତିର ନୁହନ୍ତି ଏହିନିମନ୍ତେ ସେମାନଙ୍କର କାତି ନିର୍ମିତ ହୋଇଅଛି ।