ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୩୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୪୨

ହଜାର ଜୀବ ଜନ୍ମନ୍ତି ଏତେ ଡିମ୍ବ ଉତ୍ପନ୍ନ ହୁଅଇ । ଏକ ସଙ୍କର ମସ୍ଚ୍ୟର ଉଦରରେ ଦେଢ କୋଟି ଜୀବଜଙ୍କ ଡିମ୍ବ ଉତ୍ପନ୍ନ ହୁଅନ୍ତି । ଏକ ଗାଧ ମସ୍ଚ୍ୟର ଉଦରରେ ନବ କୋଟି ଜୀବଜନକ ଡିମ୍ବ ଜନ୍ମନ୍ତି । ପୁଣି ଇଲିଶ ମସ୍ଚ୍ୟର ଉଦରରେ ଏଋପ ଡିମ୍ବ ଅନୁମାନ ହୁଅଇ ।

ଶିଷ୍ୟ । ପକ୍ଷିଗଣ ଯେମନ୍ତ ସମୟ ବିଶେଷରେ ଦେଶାନ୍ତରରେ ଗମନ କରନ୍ତି ମସ୍ଚ୍ୟଗଣ କି ସେ ଋପେ ନୋହେ ?

ଗୁରୁ । ହାଁ, ପାଦ୍ଦା, ଭେଟକ, ଇଲିଶି, ତପୁସୀ, ଇତ୍ୟାଦି ମସ୍ଚ୍ୟଗଣ ସେଋପ ଭ୍ରମଣ କରନ୍ତି ପ୍ରମାଣ । ମାତ୍ର କେତେ ଅବା ସମୁଦ୍ରରୁ ନଦୀରେ ଆଗମନ କରନ୍ତି ପୁଣି କେତେ ବା ସମୟ ବିଶେଷରେ ସମୁଦ୍ର ମଧ୍ୟରେ ଏକତ୍ର ହୁଅନ୍ତି ଏହିଋପ ଆପଣାମାନଙ୍କର ସ୍ୱଭାବ ବଶରେ ଭ୍ରମଣ କରନ୍ତି ।

ଶିଷ୍ୟ । ମନୁଷ୍ୟର ନିମନ୍ତେ ପରମେଶ୍ୱର କେମନ୍ତ ଅସଂଖ୍ୟ ଖାଦ୍ୟ ବସ୍ତ୍ର ପ୍ରସ୍ତୁତ କରିଅଛନ୍ତି ।

ଗୁରୁ ।