ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୪୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୫୦

ଶିଷ୍ୟ । ଏହି ସମସ୍ତ କ୍ଷୁଦ୍ର କୀଟରୁ ଆମ୍ଭମାନଙ୍କର ଉପକାର କି ହେବାକୁ ପାରଇ ?

ଗୁରୁ । କେତେକ ମନୁଷ୍ୟଠାରୁଇ ସେ କୀଟମାନେ ଆପଣା କର୍ମରେ ଏମନ୍ତ ତତ୍ପର ଓ ପରୋପକାରକ ଯେ ଅଳସ ଲୋକମାନେଇ ତାହା ଦେଖି ଶିକ୍ଷା ପାଇବାକୁ ପାରନ୍ତି ।

ଶିଷ୍ୟ । ଲାଖ କୀତର ବିଷୟ ଆମ୍ଭେ କିଛି ଶୁଣିବାକୁ ବାଞ୍ଛା କରି । ସେ କିଋପେ ଜନ୍ମଇ ?

ଗୁରୁ । ଲାକ୍ଷା ନାମରେ ଏକ କୀଟ ଅଛି । ତାହା ନାନା ଦେଶରେ ମିଳଇ ପୁଣି ନାନା କର୍ମରେ ଲାଗଇ । ସେ କୀଟ ଚାରି ପ୍ରକାର ବୃକ୍ଷରେ ଜନ୍ମଇ, ବିଶେଷରେ ଅଶ୍ୱଥ୍ୱ, ବଟ ଏହି ଦୂଇ ବୃକ୍ଷରେଇ ଅଧିକ । ଗଙ୍ଗାର ଦୁଇ ଧାରରେ ପର୍ବତର ବୃକ୍ଷରେ ଅନେକ ଲାକ୍ଷା ଜନ୍ମଇ । ଏହିନିମନ୍ତେ ଏଦେଶର ଲୋକମାନେ ଅନାୟାସରେ ଲାକ୍ଷାଯୁକ୍ତ ଶାଖା ଭାଙ୍ଗି ନଗରରେ ଆଣି ବିକ୍ରୟ କରନ୍ତି । ଦକ୍ଷିଣ ଆମେରିକା ଦେଶରୁ କେତେକ ଲାକ୍ଷା ଆଣିକରି ଏଦେଶରେ ନାନା ତୋଟା ସ୍ଥାପିତ ହୋଇଅଛି । ଏକାରଣ ଏଦେଶରେ ଯଥେଷ୍ଟ ଲାକ୍ଷା ପାଇ ପାରି ।

ଶିଷ୍ୟ । ସେ କୀଟରୁ କିଋପେ ଲାକ୍ଷା ଜନ୍ମଇ ?

ଗୁରୁ । ବଁଥୁଡା ଅସ୍ତ୍ରରେ ବୃକ୍ଷର ଶାଖାରୁ ସେ ସମସ୍ତ ଲାକ୍ଷାକୀଟ ଚାସ୍ଥି ନେଇ ଏକ ପାନ୍ତ୍ରର ମଧ୍ୟରେ ରଖାଇ ପୁଣି ତାହା ନଷ୍ଟକରି ଶୁଷ୍କ କରଇ । ଏହି କୀଟ ବିନାଶର ଦୁଇ ଉପାୟ ଅଛି । କେହି ଟୋକାଇ ମଧ୍ୟରେ ସେ ସମସ୍ତ କୀଟ ଭରି ଉଷ୍ମ ଜଳରେ ବୁଡାନ୍ତି ତହିଁରେ କୀଟ ମଲେ ଖରାରେ ଶୁକାଇ ରଖନ୍ତି । କେହି ଅବା ତପ୍ତ ଲୋହା ହାଣ୍ଡିରେ ରଖି ଏକାବେଳେ ବିନାଶ ଓ ଶୁଷ୍କ କରନ୍ତି । ଏହି ପ୍ରକାରେ ଶୁଷ୍କ କରି ଯେବେ ବହୁତ ଦିନ ପର୍ଯ୍ୟନ୍ତ ରଖା ଯାଏ ତେବେହେଁ ତାହାର କିଛି କ୍ଷତି ନୁହଇ ।