ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୫୧

ଶିଷ୍ୟ । ଏହି ଲାକ୍ଷାରୁ ଆମ୍ଭମାନଙ୍କର ଉପକାର କି ?

ଗୁରୁ । ଏହା ଅନେକ କର୍ମରେ ଲାଗଇ । ଦେଖ, ତହିଁରେ ସ୍ତ୍ରୀ ଲୋକର ଚୁଡି ନାମରେ ହସ୍ତଭୂଷଣ, ମାଳା, ହାର, ଇତ୍ୟାଦି ଅନେକ ୨ ଅଳଙ୍କାର ପ୍ରସ୍ତୁତ ହୁଅଇ ପୁଣି ପୂର୍ବ କାଳରେ କୌଣସି ୨ ଔଷଧରେଇ ଲାଗନ୍ତା ପୁଣି ଏହିକ୍ଷଣେ ଯଉଁ ବତି କରିବାକୁ ଓ କାଷ୍ଠାଦି ପଟ ଚିତ୍ର କରିବାକୁ ପୁଣି ବସ୍ତ୍ର ରଙ୍ଗାଇବାକୁ ସର୍ବଦାଇ ତାହାର ପ୍ରୟୋଜନ ଜାଣିବ ।

ଶିଷ୍ୟ । ଅବଧାନ ମାକଡସାରୁ କି ଆମ୍ଭମାନଙ୍କର କିଛି ଉପକାର ଅଛି ?

ଗୁରୁ । ହାଁ ଅଛି । ସେମାନେ ଶତ୍ରୁ ବିନାଶାର୍ଥରେ ନିଜ ମୁଖରୁ ବିଷ ଉଦ୍ଗାରଣ କରନ୍ତି ଏହିନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଘୃଣା କରି ମାତ୍ର ଆମ୍ଭର ବୋଧ ହୁଅଇ ସେମାଙ୍କର ସେ ବିଷ କେବଳ ମକ୍ଷିକା ବିନାଶର ନିମନ୍ତେ ତହିଁରେ ଆମ୍ଭମାନଙ୍କର କୌଣସି ହାନିର ବିଷୟ ନାହିଁ । ଏନିମନ୍ତେ ଯେବେ ମାକଡସା ଆମ୍ଭମାନଙ୍କର ଅଗ୍ରାହ୍ୟ ଓ ଅସ୍ପୃଶ୍ୟ ତେବେହେଁ ସେମାନଙ୍କରଠାରୁ ଆମ୍ଭମାନଙ୍କର ଉପକାର ଅଛି ଯେଣୁ ସେମାନେ କେତେ ଶମକ୍ଷିକା ଧରି ଭକ୍ଷଣ କରନ୍ତି ପୁଣି ବୃକ୍ଷର ଶାଖାରେ ଜାଲ ନିର୍ମାଣ କରନ୍ତି ତହିଁରେ ଅନେକ ୨ ଫଳ ରକ୍ଷା ପାୟେ ପୁଣି ଗୃହର ମଧ୍ୟରେ ସେମାନଙ୍କର ବାସ କରିବାରେ ଅନୁମାନ ହୁଅଇ କିଛି ଫଳ ଥିବ । ପୁଣି ଆମ୍ଭମାନଙ୍କର ହାନିଜନ‌କ ଯେ ବାୟୁର ଦୁଷ୍ଟ ଗୁଣ ତାହା ଭୋଜନ କରଇ ଆମ୍ଭର ଏମନ୍ତ ବୋଧ ହୁଅଇ । ଦେଖ, ସେମାନଙ୍କର ଜାଲ ନିର୍ମାଣ କେମନ୍ତ ଆଶ୍ଚର୍ଯ୍ୟ । ବିଶେଷରେ ତୋଟାର ମଧ୍ୟରେ ଯେ କରଇ ତାହା ଆହୁରି ଆଶ୍ଚର୍ଯ୍ୟ‌ଋପ ନିର୍ମିତ ହୁଅଇ ।

ଶିଷ୍ୟ । ହାଁ ଅବଧାନ, ଗ୍ରୀଷ୍ମ କାଳରେ ଦେଖିଅଛୁଁ ପ୍ରମାଣ ଏହି ବୁଢିଆଣୀ ଏକ ବୃକ୍ଷ‌ଋ ଅନ୍ୟ ବୃକ୍ଷରେ ପୁଣି ଏକ ଗୃହ‌ଋ