ପୃଷ୍ଠା:Odishara Itihas.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦
ଓଡିଶାର ଇତହାସ ।

ସୁବର୍ଣ୍ଣରେଖା ବିହାର ପ୍ରଦେଶରୁ ନିର୍ଗତ ହୋଇ ବାଲେଶ୍ୱର ଜିଲାର ଉତ୍ତରପୂର୍ବ ପାର୍ଶ୍ୱ ଦେଇ ଓଡ଼ିଶାରେ ପ୍ରବେଶ କରି ବଙ୍ଗୋପସାଗରରେ ପତିତ ହୋଇଅଛି । ଏହା ଅନାବ୍ୟ କିନ୍ତୁ ସୁପ୍ରଶସ୍ତ । ପିପିଲ ନାମକ ଏକ ଐଶ୍ଚର୍ଯ୍ୟଶାଳୀ ବନ୍ଦର ସପ୍ତଦଶ ଶତାବ୍ଦୀରେ ଏଥି ମୁହାଣ ନିକଟରେ ଅବସ୍ଥିତ ଥିଲା । ପ୍ରଥମେ ପର୍ତ୍ତୁଗିଜମାନେ ୧୫୬୪(?) ଖ୍ରୀଷ୍ଟାବ୍ଦରୁ ସେଠାକୁ ଆସି ବାଣିଜ୍ୟ କରୁଥିଲେ । ଅନନ୍ତର ୧୬୩୪ ମସିହାରେ ସେଠାକୁ ବାଣିଜ୍ୟ କରିବା ପାଇଁ ଇଂରାଜମାନେ ଅଇଲେ । ଏଥିର ବାଲୁକାଶଯ୍ୟାରେ ସୁବର୍ଣ୍ଣରେଣୁ ମିଳଇ ବୋଲି ସୁବର୍ଣ୍ଣରେଖା ନାମରେ ଏ ନଦୀ ଆଖ୍ୟାତ ହୋଇଅଛି ।
ଉଲ୍ଲିଖିତ କେତୋଟି ନଦୀ ବ୍ୟତୀତ ଅନ୍ୟାନ୍ୟ କ୍ଷୁଦ୍ର ନଦୀ ମଧ୍ୟରେ ବାଲେଶ୍ୱର ଜିଲାରେ ହାଁସକୁଡ଼ା, ପାଞ୍ଚପଡ଼ା, ଯାମୁକା ଓ ଖୋର୍ଦ୍ଧାରେ ଦୟାନଦୀ ପ୍ରଧାନ ।
ଏ ସ୍ଥାନରେ ମଧ୍ୟ ଗୋଟିକେତେ ଉତ୍ସର ନାମୋଲ୍ଲେଖ କରିବା । ଓଡ଼ିଶା ମଧ୍ୟରେ ଗଡ଼ଜାତ ପାହାଡ଼ମୟ ସ୍ଥାନ ଥିବାରୁ ସେଠାରେ ଅନେକ ପ୍ରସ୍ରବଣ ଦେଖାଯାଏ । ଓଡ଼ିଶାର ନଦୀମାନ ଏହି ପ୍ରସ୍ରବଣମାନଙ୍କରୁ ବିଶେଷ ଉପାଦେୟ ଲଭ କରେ । ସବୁ ପ୍ରସ୍ରବଣମାନଙ୍କର ଗୋଟି ଗୋଟି କରି ଏଠାରେ ନାମୋଲ୍ଲେଖ କଲେ ବହୁ ସ୍ଥାନ ଲାଗିବ, ସୁତରାଂ ଆମ୍ଭେମାନେ ଢେଙ୍କାନାଳର କପିଳାସ ଝରଣା, ନୟାଗଡ଼ର କଳାଶୁଣ୍ଢିଆ ପ୍ରସ୍ରବଣ ଓ ଖୋର୍ଦ୍ଧାର ବରୁଣାଇ ଝର, ଏହି ତିନୋଟି ଉତ୍ସର ନାମମାତ୍ର ପ୍ରକାଶ କଲୁ । ଖୋର୍ଦ୍ଧର ଅନ୍ତର୍ଗତ ଅଟ୍ରି ଗ୍ରାମ ନିକଟରେ ମଧ୍ୟ ଗୋଟିଏ ଉଷ୍ଣପ୍ରସ୍ରବଣ ଅଛି ।
ହ୍ରଦ- ପୃଥିବୀର ଉପରିଭାଗର ପ୍ରାକୃତିକ ତଡ଼ାଗମାନଙ୍କୁ ହ୍ରଦ କହି । ନଦୀମାନ ସାଧାରଣତଃ ଏହି ତଡ଼ାଗମାନଙ୍କରେ ପତିତ ହୋଇ ତଡ଼ାଗଚୟର ପୁଷ୍ଟତା ସମ୍ପାଦନ କରଇ । ମଧ୍ୟ ଅନେକ ଦ୍ରଦର ପାଣି ଯେ ଲବଣାକ୍ତ, ନଦୀ ସ୍ରୋତରେ ଭାସି ଆସିଥିବା ଲୁଣିଆ ମାଟି ସେଥିର ପ୍ରଧାନ ହେତୁ । ଓଡ଼ିଶାରେ ଏ ଶ୍ରେଣୀର ହ୍ରଦ ଦୃଷ୍ଟିଗୋଚର ହୁଅଇ ନାହିଁ । କେବଳ ପୁରୀ ଜିଲାରେ ଚିଲିକା ଓ ସର ନାମକ ଯୋଡ଼ିଏ ବୃହତ୍ ଜଳାଶୟ ଅଛି, ସେ ଦିଓଟିର ଉତ୍ପତ୍ତି ହେତୁ ପୁଣି ଭିନ୍ନ ପ୍ରକାର । ଚିଲ୍‌କା ବଙ୍ଗୋପସାଗରର ଅଂଶ ମାତ୍ର ଓ ସର ସ୍ୱର୍ଗବୀ ନଦୀର ପଶ୍ଚାତ୍‌ପ୍ରେରିତ ଜଳଦ୍ୱାରା ସଂସୃଷ୍ଟ ।
ଚିଲିକା ହ୍ରଦ ପୁରୀ ଜିଲାର ଦକ୍ଷିଣ-ପଶ୍ଚିମ କୋଣରେ ଅବସ୍ଥିତ । ଗ୍ରୀଷ୍ମକାଳରେ ଏଥିର ପରିମାଣ ଫଳ ପ୍ରାୟ ୩୫୦ ବର୍ଗମାଇଲ ! ବର୍ଷାକାଳରେ