ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୪୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
୧୫୪

ପୁଣି କୃମି ଶରୀରରୁ କାଡ଼ ଓ ଶଙ୍ଖରେ ଣମ୍ପା କୋମଳ ଶରୀର ଏମନ୍ତ ଯେ ଶଙ୍ଖାଦି ସେମାନେ ତୃତୀୟ ବର୍ଗରେ ବିଭକ୍ତ ହୁଅନ୍ତି । ସେ ଶଙ୍ଖ ଜାତି ତିନି ପ୍ରକାର । ପ୍ରଥମ ଏକ ଖଣ୍ଡ ଦେହଯୁକ୍ତ ଯଥା କଉଡ଼ି ଇତ୍ୟାଦି । ଦ୍ୱିତୀୟ ଦ୍ୱିଖଣ୍ଡ ଅବୟବରେ ମିଳିତ ଯଥା ଶାମୁକ ଓ ଗେଣ୍ଡା ଇତ୍ୟାଦି । ପୁଣି ନାନା ଖଣ୍ଡ ଦେହବନ୍ତ ଯେ ଜାତି ସେମାନେ ତୃତୀୟର ମଧ୍ୟରେ ଗଣିତ । ଏହି ତୃତୀୟ ପ୍ରକାର ଜାତି ବହୁତ ନାହିଁ । ଏହି ତିନି ପ୍ରକାର ଶଙ୍ଖର ମଧ୍ୟରେ ନାନାଗଣ ଓ ନାନା ପ୍ରକାର ଅଛି । ଏ ବିଷୟରେ ବିଶେଷ ଜ୍ଞାନକୁ ଶଙ୍ଖବିଦ୍ୟା ବୋଲା ଯାୟେ ।

ଆଉ ପ୍ରବାଳ ଇତ୍ୟାଦି ଯେଉଁମାନଙ୍କୁ ଅପ୍ରାଣିର ପରି ବୋଧ ହୁଅଇ ସେମାନେ ଚତୁର୍ଥ ବର୍ଗର ମଧ୍ୟରେ ଗଣିତ ହୁଅନ୍ତି ।

ପୁଣି ପ୍ରଥମ, ଦ୍ୱିତୀୟ ବର୍ଗରୁ କେବଳ ଆକାର ସାନରୁ ବିଶେଷ କରା ଯାଏ ଏମନ୍ତ କୃମି ସମସ୍ତ ପଞ୍ଚମ ବର୍ଗର ମଧ୍ୟରେ ଗଣିତ ହୁଅନ୍ତି । ସେମାନେ ଗୋଳିଆ ପାଣିରେ ଅକସ୍ମାତ ଜନ୍ମନ୍ତି ମାତ୍ର କି ପ୍ରକାରେ ଜନ୍ମନ୍ତି ତାହା ଜଣା ନ ଯାୟେ ।

ଶିଷ୍ୟ । ଅବଧାନ, ତେବେ ଆମ୍ଭର ବୋଧ ହୁଅଇ ଯେ ସମସ୍ତ ସ୍ଥାନରେଇ ପ୍ରାଣୀ ଅଛନ୍ତି ?

ଗୁରୁ । ଏହି ସମସ୍ତ କୃମିଠାରୁହିଁ ଏମନ୍ତ କ୍ଷୁଦ୍ର ୨ ଜନ୍ତୁ ଅଛନ୍ତି ଯେ ଚକ୍ଷୁ କି ଦୁରବିନରେ ସେ ସମସ୍ତକୁ କେହି ଲକ୍ଷ କରିବାକୁ ନ ପାରନ୍ତି ।

ଶିଷ୍ୟ । ଏହି ପୂର୍ବ କିଞ୍ଚିତ କୃମିଗଣର ମଧ୍ୟରେ ଯେଉଁ ମାନଙ୍କର ପିଠିରେ ଶଙ୍ଖ ଅଛି ସେମାନଙ୍କର ବିଷୟ ଅନେକ ବିବେଚନା କରିଅଛୁଁ ପୁଣି ସେମାନେ କି ପ୍ରକାରେ ଆପଣାମାନଙ୍କର ଏମନ୍ତ ଗୃହ ନିର୍ମାଣ କରନ୍ତି ଓ ତାହା ଆପଣାମାନଙ୍କର ସଙ୍ଖରେ ସର୍ବଦା ନେଇ ଭ୍ରମଣ କରନ୍ତି ଏବିଷୟରେ ଆମ୍ଭର ବଡ ଆଶ୍ଚର୍ଯ୍ୟ ବୋଧ ହେଉଅଛି ।