ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୭୬

ଛଡା ଆମ୍ଭମାନଙ୍କର ପ୍ରୟୋଜନ ଯୋଗ୍ୟ ଆଉ କେଉଁ ପଥର ଅଛି କି ନାହିଁ ?

ଗୁରୁ । ହାଁ, ଏହି ବର୍ଗର ମଧ୍ୟରେ ଅଗ୍ନିପଥର ବାଲୁକାଦି ଗଣିତ ହୁଅଇ । ଏହି ଦୁଇରେ କାଚ ପୁଣି ପରକଳା ଦରପଣ ଇତ୍ୟାଦି ପ୍ରସ୍ତୁତ ହୁଅଇ ।

ଶିଷ୍ୟ । ଯେ ପଥର ରେଖାରେ ପରକଳା ନ କାଟଇ ତାହାର ମଧ୍ୟରେ କି ଗଣିତ ଅଛି ?

ଗୁରୁ । ତାହାର ମଧ୍ୟରେ ଏହି ସମସ୍ତ ମୃତ୍ତିକା ଯହିଁରେ ଆମ୍ଭମାନଙ୍କର ଇଟା ପୁଣି ବାସନ ଇତ୍ୟାଦି ନିର୍ମାଣ ହୁଅଇ ।

ଶିଷ୍ୟ । ଅବଧାନ, ଆମ୍ଭେ ଶୁଣିଅଛୁଁ ମୃତ୍ତିକା ସମସ୍ତ ପରତ ବିଶେଷଋପରେ ଥାୟେ । ଏ କଥା କି ସତ୍ୟ ?

ଗୁରୁ । ହାଁ, ପ୍ରଥମରେ ସବୁ ଉପରେ କୃଷ୍ଣବର୍ଣ୍ଣ ସାର ମୃତ୍ତିକା ଥାୟେ ସେ ମୃତ୍ତିକାରେ ଶସ୍ୟ ପୁଣି ବୃକ୍ଷାଦି ଜନ୍ମଇ । ତାହାର ତଳେ କର୍ଦମାକାର ସ୍ଥଳ ମୃତ୍ତିକା ଥାୟେ ତହିଁରେ ଇଟାଆଦି ପ୍ରସ୍ତୁତ ହୁଅଇ । ତାହାର ତଳେ ଏନେକ କଙ୍କରଯୁକ୍ତ ମୃତ୍ତିକା ଥାୟେ ତାହା ନାନା କର୍ମରେ ଲାଗଇ । ପୁଣି ତାହାର ତଳେ ଚୂର୍ଣ୍ଣମୟ ମୃତ୍ତିକା ଥାୟେ ସେ ମୃତ୍ତିକା ପ୍ରାୟ ରତ୍ନାଦିର ଖଣି ନିକଟସ୍ଥ ହୁଅଇ । ତାହାର ତଳେ ଅଙ୍ଗାରମୟ ନାନା ପ୍ରକାର ମୃତ୍ତିକା ଥାୟେ । ହିମ ସମୂହ ଦେଶରେ ଅଗ୍ନିର ନିମନ୍ତେ ତାହାର ଅନେକ ପ୍ରୟୋଜନ ହୁଅଇ । ପୁଣି ତଳେ ସର୍ବତ୍ରଇ ଏହି ପ୍ରକାର ଥାଏ ତାହା ନୋହେ ପୁଣି ସେମାନଙ୍କର ଥିବା ଏହିଋପେ ଅନୁକ୍ରମ ଜାଣିବ ।

ଶିଷ୍ୟ । ଏହି ବର୍ଗର ମଧ୍ୟରେ କୌଣସି ଅପୂର୍ବ ପଥର ଅଛି କି ନାହିଁ ?

ଗୁରୁ । ହାଁ, ଅଦାହ୍ୟ ନାମରେ ଏକ ପଥର ଅଛି ତାହାର ଅଗ୍ନିରେ ପକାଇଲେ ସେ ପ୍ରଜ୍ୱଳିତ ହୁଅଇ ପୁଣି ନ ପୋଡଇ ।