ପୃଷ୍ଠା:Padartha Bidya Sara v.03 (A Sutton, 1858) opt.pdf/୭୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୭୭

ଶିଷ୍ୟ । ଲବଣମୟ ବର୍ଗର ମଧ୍ୟରେ କି ପଥର ଅଛି ?

ଗୁରୁ । ତାହାର ମଧ୍ୟରେ ପଥର ଚୁନ, ଖଡୀ, ମର୍ମର ଗୃହାଦି ନିର୍ମାଣ ଯୋଗ୍ୟ ଅନେକ ପଥର ଅଛି ।

ଶଷ୍ୟ । ଭଲା ଅବଧାନ, ଅଥର ଚୂନରେ ପ୍ରୟୋଜନ କି ?

ଗୁରୁ । ତାହା ଅନେକ ପ୍ରଧାନ କର୍ମରେ ଲାଗଇ । ଅଟାଳିକାବି ନିର୍ମାଣରେ ତହିଁରେ ଏମନ୍ତ ଗାରା ପୁଣି ଲେପ ପ୍ରସ୍ତୁତ ହୁଅଇ ଯେ ତାହା ଅଟାଳିକାରେ ଲେପିଲେ ପ୍ରାୟ ଦୁଇ ହଜାର ବରସ ପର୍ଯ୍ୟନ୍ତ ପାଷାଣରେ ନ୍ୟାୟ କଠିଣ ହୋଇ ଥାୟେ । ପୁଣି ସେ ଚୂନ କୃଷି କର୍ମରେ ଲାଗଇ । ଯେଣୁ ତାହା ଭୂମିର ମଧ୍ୟରେ ପକାଇଲେ ଦୁଷ୍ଟ କୀଟାଦି ନାଶ ଯାୟେ ପୁଣି ଜଳଧାରଣର ଶକ୍ତିରେ ଭୂମିକୁ ସାର ଭୂମି କରଇ । ତହିଁ ଉଭାରୁ ଚିନି ନିର୍ମଳ କରିବାକୁ ପୁଣି ସାବୁନ ପ୍ରସ୍ତୁତ କରିବାକୁ ଓ ଲୋହା ତରଳାଇବାକୁ ପୁଣି ଆଉ କର୍ମ କରିବାକୁ ତାହାର ପ୍ରୟୋଜନ ଅଛି ।

ଶିଷ୍ୟ । ଖଡୀ କି କର୍ମରେ ଲାଗଇ ?

ଗୁରୁ । ଯେ ଖଡୀ ବଡ କଠୋଣ ତାହା ଗୃହାଦି ନିର୍ମାଣରେ ପାଷାଣ ହୁଅଇ । ପୁଣି ତହିଁରେ ଗାରା ପ୍ରସ୍ତୁତ ହୁଅଇ । ଲଣ୍ଡନ ନଗରରେ ପ୍ରାୟ ସମସ୍ତ କୋଠା ଏହାରି ଗାରାରେ ନିର୍ମିତ । ପଥର ଚୂନର ପ୍ରାୟେ ଏହି ଖଡୀ ଉପକାରୀ । ଶିଳ୍ପକାରୀମାନେ ସେ ଖଡୀରେ ଛାଞ୍ଚ ପ୍ରସ୍ତୁତ କରି ଧାତୁ ଦ୍ରବ୍ୟ ଗଳାଇ ପ୍ରତିମୂର୍ତ୍ତି ନିର୍ମାଣ କରନ୍ତି ପୁଣି ବଢାଇ ଲୋକମାନେ ତହିଁରେ କାଠରେ ରେଖା ଦିଅନ୍ତି । ପୁଣି ଭାବରା ଅର୍ଥାତ ଶୋଷକ ଔଷଧର ମଧ୍ୟରେ ଏହାର ଭାବରା ଅତି ଉତ୍ତମ ଔଷଧ ।

ଶିଷ୍ୟ । ମର୍ମର ପଥରରେ କି କର୍ମ ହୁଅଇ ?

ଗୁରୁ । ମର୍ମର ଅର୍ଥାତ ଶ୍ୱେତ ପଥର ଏହା ଅନେକ ପ୍ରକାର ଅଛି । ତହିଁରେ ଅଟାଳିକାଦିର ଶୋଭା କରଇ ପୁଣି ପ୍ରତିମୂର୍ତ୍ତି