ଭଜନ ମାଳା/କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ

ଉଇକିପାଠାଗାର‌ରୁ




                         କେଣେ ଘେନି ଯାଉଛ
                        *********************
                    କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
                    ଆମେ ଦର୍ଶନ କରିବୁ କାହାକୁ      ||0||
            ଖୁଣ୍ଟିଆ ଡାକ ଦେଲେ            ପହଣ୍ଡି ବିଜେ କଲେ 
                     ବିଜୟ କର ପ୍ରଭୁ ଚାପକୁ       ||୧||
            କୁଳବଧୂଙ୍କର ରଡି                ପଣ୍ଡାଏ  ଗଡାଗଡି 
                    ବିଧାତା ବାମ ହେଲା ଓଡିଶାକୁ     ||୨||
            ବଡ ଦେଉଳୁ ବାହାରି            ଶଗଡ଼ରେ ବିଜେ କରି 
                 ରେଣୁ ଯେ ପଡୁଥିବ ଶ୍ରୀ ମୁଖକୁ       ||୩||
              କହଇ ସାଲବେଗ              ନିର୍ମାଲ୍ୟ କାହୁଁ ହେବ 
                    ଧିକ ଧିକ ଆମ୍ଭ ଜୀବନକୁ        ||୪||
                 କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ
                    ଆମେ ଦର୍ଶନ କରିବୁ କାହାକୁ (ଘୋଷା)  


ରଚନା : ଭକ୍ତ ସାଲବେଗ