ପୃଷ୍ଠା:Akashare Luchakali.pdf/୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭୂମିକା

ଆମ ଚାରିପଟେ ସବୁବେଳେ କିଛିନା କିଛି ଘଟଣା ଘଟିଚାଲିଛି । ପିଲାଙ୍କ ସହକାମ କରିବା ପାଇଁ ଏହିଭଳି କିଛି ଘଟଣା ବେଶ୍ ଖୋରାକ ଯୋଗାଇଥାଏ । ୧୯୯୫ମସିହା ଅକ୍ଟୋବର ୨୪ ତାରିଖ ଦିନ ଗୋଟିଏ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ ହୋଇଥିଲା । ବହୁତ ହୋହଲ୍ଲା ହୋଇଥିଲା । କିନ୍ତୁ ତା'ପରେ ଲୋକମାନେ ସେବିଷୟରେ ପୂରା ଭୁଲିଗଲେ । କାରଣ ଠିକ ତା'ର ୬ ମାସ ପରେ ୧୯୯୬ ଏପ୍ରିଲ ୩ ତାରିଖ ଦିନ ଗୋଟିଏ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ହୋଇଥିଲା । ଅଧିକାଂଶ ଲୋକ ତାକୁ ଦେଖିବା ଆବଶ୍ୟକ ମଣିନଥିଲେ । କିନ୍ତୁ ସୂର୍ଯ୍ୟପରାଗ ଭଳି ଚନ୍ଦ୍ରଗ୍ରହଣ ମଧ୍ୟ ସେତିକି ଉଦ୍ଦୀପନାମୂଳକ ।

ସେହିଭଳି ଆଉ ଗୋତିଏ ସମ୍ପୁର୍ଣ୍ଣ ସୂର୍ଯ୍ୟପରାଗ ଆସିଥିଲା ଅଗଷ୍ଟ ୧୧.୧୯୯୯ ଦିନ । ତାହା ଥିଲା ଗତ ଶତାବ୍ଦୀର ଶେଷ ସମ୍ପୂର୍ଣ୍ଣ ସୂର୍ଯ୍ୟପରାଗ । ଏହାର ଶେଷଭାଗ ଭାରତକୁ ତଥା ଓଡ଼ିଶାକୁ ଦେଖାଯାଇଥିଲା । ଦକ୍ଷିଣ-ପଶ୍ଚିମ ଓଡିଶାରେ (ମୁଖ୍ୟତଃ କୋରାପୁଟ ଜିଲ୍ଲାର କୋରାପୁଟ, ଜୟପୁର, ସୁନାବେଡା, କୋଟପାତ ଅଞ୍ଚଳରେ) ସମ୍ପୁର୍ଣ୍ଣ ଏବଂ ରାଜ୍ୟର ଅନ୍ୟ ସବୁ ଅଞ୍ଚଳରେ ସତକଡା ୯୦ ଭାଗରୁ ଅଧିକ ଆଂଶିକ ପରାଗ ଦେଖିହୋଇଥିଲା ।

ଏହିଭଳି କେତେ ପରାଗ-ଗ୍ରହଣ ଆଗକୁ ମଧ୍ୟ ଘଟିଚାଲିବ । ଆଶାକରୁଛୁ ଯେ ସେହିସବୁ ମଜାଦାର ଘତଣା ବିଷୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ଏହି ବହିଟି ଅନେକ ଖୋରାକ ଯୋଗାଇବ ଓ ସେସବୁକୁ ଦେଖିବା ପାଇଁ ଉସ୍ଚାହ ଆଣିବ । ସେହି ଆଗ୍ରହ ଓ ଉସ୍ଚାହରୁ ପରାଗ ମାଧ୍ୟମରେ ବିଜ୍ଞାନ ଶିକ୍ଷା ଓ ବିଜ୍ଞାଙ୍କୁ ନେଇ କାମ କରିବାର ମୂଳଦୁଆ ପଡିପାରିବ ବୋଲି ଆମର ବିଶ୍ୱାସ ।

ସୃଜନିକା ପରିବାର