ପୃଷ୍ଠା:Akashare Luchakali.pdf/୧୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆକାଶରେ ଲୁଚକାଳି

[[ଫାଇଲ:|404px|page=19]]

ଘୁଞ୍ଚିଚାଲେ । ତେଣୁ କୌଣସି ଜାଗାରେ ୭.୫ ମିନିଟରୁ ଅଧିକ ସମୟ ପାଇଁ କେନ୍ଦ୍ରୀୟ (ପୂର୍ଣ୍ଣ ବା ବଳୟ) ପରାଗ ରହେନାହିଁ । କିନ୍ତୁ ଅଧିକାଂଶ ଅଞ୍ଚଳରେ ପ୍ରଛାୟାଟି ଅଣ୍ଡାଳିଆ ହୁଏ । ତା'ର ଚଉଡା କମ୍ ଓ ବେଗ ଖୁବ ଅଧିକ (ଘଣ୍ଟାକୁ ୮୦୦୦ କି.ମି ପର୍ଯ୍ୟନ୍ତ) ହୋଇଥାଏ । ତେଣୁ କେନ୍ଦ୍ରୀୟ ପରାଗ ବହୁତ କମ୍ ଅଞ୍ଚଳରେ ଦେଖାଯାଏ ଓ ସେହି ଅଞ୍ଚଳରେ ମାତ୍ର କେତେ ସେକେଣ୍ଡ ପାଇଁ ଅନ୍ଧାର ରହେ ।

ପୃଥିବୀ ପୃଷ୍ଠରେ ଚନ୍ଦ୍ରର ଉପଛାୟାର ଚଉଡ଼ା ପ୍ରାୟ ୬୦୦୦ କି.ମି. ହୋଇଥାଏ । ତେଣୁ କେନ୍ଦ୍ରୀୟ ପରାଗ ରେଖାର ଉତ୍ତର ଓ ଦକ୍ଷିଣ ଦିଗକୁ ୩୦୦୦ କି.ମି. ପର୍ଯ୍ୟନ୍ତ ଆଂଶିକ ପରାଗ ଦେଖାଯାଏ । ପରାଗ ଲାଗିବା ଆଗରୁ ଚନ୍ଦ୍ର ସୂର୍ଯ୍ୟର ପଶ୍ଚିମ

[[ଫାଇଲ:|404px|page=19]]