ପୃଷ୍ଠା:Akashare Luchakali.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶରେ ଲୁଚକାଳି
୨୧
 
ହୁଏ । ଅଳ୍ପ ସମୟ ପାଇଁ ପୂରା ଅନ୍ଧାର ରହିବା ପରେ ସୂର୍ଯ୍ୟର ପଶ୍ଚିମ ଧାରରେ ଗୋଟିଏ ଆଲୋକ ବିନ୍ଦୁ ହୀରା ଖଣ୍ଡେ ଭଳି ଝଲସେ । ସୂର୍ଯ୍ୟକୁ ଘେରି ରହିଥିବା କିରୀଟର ଝାପସା ଆଲୁଅ ଉପରେ ଏହା ଏକ ହୀରା ଖଞ୍ଜା ମୁଦି (ଡାଏମଣ୍ଡ ରିଙ୍ଗ) ଭଳି ଦେଖାଯାଏ ।

ଚନ୍ଦ୍ର ଏବେ ସୂର୍ଯ୍ୟ ଆଲୁଅକୁ ବାଟ ଛାଡି ପୂର୍ବ ମୁହାଁ ମାଡି ଚାଲେ । ପଶ୍ଚିମ ପଟରୁ ସୂର୍ଯ୍ୟର ଫଳକ ବଢିବାକୁ ଲାଗେ । ଏବେ ଆଂଶିକ ପରାଗ ମୋକ୍ଷର କ୍ରମ ଦେଖିବାକୁ ମିଳେ । ଶେଷରେ ସୂର୍ଯ୍ୟ ପୂରା ମୁକୁଳେ । ସୁର୍ଯ୍ୟ ପୂରା ଲୁଚିବା ବେଳକୁ ଓ ପୂରା ଅନ୍ଧାରରେ ଥିବା ଅବସ୍ଥାରେ ସନ୍ଧ୍ୟା ଓ ରାତି ଭଳି ମନେ ହୁଏ । ତେଣୁ ଜୀବଜନ୍ତୁ, ଗଛପତ୍ର ଏହାକୁ ରାତି ବୋଲି ଭାବି ଘର ବାହୁଡା ବ୍ୟବହାର ଦେଖାନ୍ତି । ମୋଟ ଉପରେ 'ଦିନ ବେଳେ ରାତିର' ଏକ ବିଶେଷ ଅନୁଭୁତି ମିଳିପାରେ ।

ସୂର୍ଯ୍ୟ ପୂରା ଲୁଚିଗଲାବେଳେ ଆକାଶରେ ତାରା ଓ ଗ୍ରହମାନଙ୍କୁ ଆମେ ଦେଖିପାରିବା । ପୂର୍ଣ୍ଣ ଗ୍ରାସର କିଛି ଆଗରୁ ଓ ପରେ ମଧ୍ୟ ଅତି ଉଜଳ ଶୁକ୍ର ଗ୍ରହ ଦେଖାଯିବ । ସୂର୍ଯ୍ୟ ଯଦି ମଝି ଆକାଶରେ ଥାଏ ତେବେ ତା'ର ପାଖରେ ଥିବା ଶୁକ୍ର ଓ ବୁଧ ଗ୍ରହଙ୍କୁ ମଧ୍ୟ ଆମେ ମୁଣ୍ଡ ଉପରେ ଦେଖି ପାରିବା । ସାଧାରଣ ସମୟରେ ଏହି ଦୁଇ ଗ୍ରହ ଦିନ ବେଳେ ମୁଣ୍ଡ ଉପର ଦେଇ