ପୃଷ୍ଠା:Akashare Luchakali.pdf/୩୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆକାଶରେ ଲୁଚକାଳି
୨୯
 

ଗ୍ରହଣର ବିବରଣୀ ଜାଣିଗଲେ ଆସନ୍ତା ପରାଗ ସବୁର ସମୟ, ସ୍ଥାନ ଓ ଗୁଣ ଧର୍ମ କହିହେବ ।

୧୮୮୦ ମସିହାରେ ଅଷ୍ଟ୍ରିଆ ଦେଶର ଆକାଶବିଜ୍ଞାନୀ ଥିଓଡର ଫନ ଓପୋଲଜର୍ ପରାଗ ସାରଣୀ ନାମରେ ଗୋଟିଏ ଗ୍ରନ୍ଥ ପ୍ରକାଶ କଲେ । ଖ୍ରୀଷ୍ଟପୂର୍ବ ୧୨୦୮ ରୁ ଖ୍ରୀଷ୍ଟାବ୍ଦ ୨୧୬୧ ଭିତରେ ଘଟିଥିବା ୮୦୦୦ ସୂର୍ଯ୍ୟପରାଗ ଓ ୫୨୦୦ ଚନ୍ଦ୍ରଗ୍ରହଣ ତଥ୍ୟ ସେ ଏଥିରେ ଏକାଠି କରିଥିଲେ । ସବୁଠାରୁ ବଡ କଥା ଥିଲା ଯେ ଏଥିପାଇଁ ସବୁତକ ହିସାବ ସେ କେବଳ କାଗଜ କଲମରେ ହିଁ କରିଥିଲେ । ସେବେ କମ୍ପ୍ୟୁଟରର ସ୍ୱପ୍ନ ବି ଆସି ନ ଥିଲା । ପୁରୁଣା ପରାଗର ହିସାବକୁ ନେଇ ଓପୋଲଜର୍ ଆଗାମୀ ପରାଗ ସବୁର ସୂଚନା ଦେଇଥିଲେ । କେଉଁ ଅଞ୍ଚଳରେ ଏ ସବୁ ଦେଖାଜିବ ତା'ର ମାନଚିତ୍ର ମଧ୍ୟ ସେ ଟାଣିଥିଲେ । ଆଜିର ସୂକ୍ଷ୍ମ ହିସାବ ସହିତ ଏହା ଆଶ୍ଚର୍ଯ୍ୟଜଙ୍କ ଭାବରେ ମେଳଖାଉଛି ।

ଓପୋଲଜରଙ୍କର ସାରଣୀ ଆହୁରି ବେଶୀ କାମ ଦିଏ ଅତି ପୁରୁଣା ପରାଗର ସମୟ ଜାଣିବାରେ । ଆଗ କାଳର କେତେ ସଭ୍ୟତାର ଲେଖା ବା ଚିତ୍ର ଆଦିରୁ ସେବେକାର ପରାଗ ବିଷୟରେ ସୂଚନା ମିଳେ । ସାରଣୀରୁ ଜାଣିହୁଏ ସେଭଳି ପରାଗ କେବେ ଘଟିଥିଲା । ଫଳରେ ସେ ସଭ୍ୟତା ବା ଘଟଣାର ସମୟ କାଳର ଧାରଣା ମିଳିପାରେ ।

ସୂର୍ଯ୍ୟକୁ ଦେଖିବା କିପରି

ସିଧା ସଳଖ ସୂର୍ଯ୍ୟକୁ ଦେଖିବା ଆଖି ପାଇଁ ବିପଦର କଥା । ଶତକଡା ୯୮-୯୯ ଭାଗ ଲୁଚିଥିବା ସୂର୍ଯ୍ୟରୁ ମଧ୍ୟ ଅନେକ କ୍ଷତିକାରକ ରଶ୍ମି ଆସିଥାଏ । ତେଣୁ ଏହାକୁ ଦେଖିବା ପାଇଁ ବିଶେଷ