ଡାଲଖାଇ

ଉଇକିପାଠାଗାର‌ରୁ

ଡାଲଖାଇ ହେଉଛି ପଶ୍ଚିମ ଓଡିଶାର ସର୍ବାଧିକ ଜନ ଆଦୃତ ଲୋକନୃତ୍ୟ ।ଡାଲଖାଇରେ ବିଭିନ୍ନ ଧାଙ୍ଗଡ ଧାଙ୍ଗିଡି ମାନେ ଅଂଶ ଗ୍ରହଣ କରିଥାନ୍ତି ।ଡାଲଖାଇର ପରିବେଷଣ ଯଦିଓ କେତେକ ନିର୍ଦ୍ଧିଷ୍ଟ ପର୍ବପର୍ବାଣୀ(ଦଶହରା, ପୁଷପୁନି, ଭାଇ ଜୀଉନ୍ତିଆ ଆଦି)ରେ ଦେଖିବାକୁ ମିଳେ ହେଲେ ସୁଦ୍ଧା ଏହି ଗୀତର ରଚନା ସରଳ ଗ୍ରାମ୍ୟସମାଜର ଜୀବନକୁ ଦର୍ଶାଏ ।ଡାଲଖାଇ ଗୀତର ଆରମ୍ଭରେ ଓ ଶେଷରେ 'ଡାଲଖାଇରେ' ଶବ୍ଦର ପ୍ରୟୋଗ ହୁଏ ।ଡାଲଖାଇ ଗୀତାର ରଚନାରେ ପର୍ବପର୍ବାଣୀ ଅନୁସାରେ ଭିନ୍ନତା ପରିଲକ୍ଷିତ ହୋଇଥାଏ ।ବିଭିନ୍ନ ପର୍ବପର୍ବାଣୀରେ ଢୋଲ, ମୃଦଙ୍ଗ, ମହୁରୀର ତାଳେତାଳେ କୁମାରୀ ମାନେ ନିଜ ସଙ୍ଗାତ, ମକର, ଚାନ୍ଦ ମାନଙ୍କୁ ଲକ୍ଷ୍ୟ କରି ପରିବେଷଣ କରିଥାନ୍ତି ଡାଲଖାଇ ନୃତ୍ୟଗୀତ ।'ଗୁଜୁରାତି' ସଂପ୍ରଦାୟର ନାରୀ ମାନେ ଏହି ସମୟରେ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥାନ୍ତି ।