ପୃଷ୍ଠା:Gita Gobinda 1921.pdf/୨୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଜୟଦେବ

ଦ୍ୱିତୀୟସର୍ଗଃ ।

ବିହରତି ବନେ ରାଧା ସାଧାରଣପ୍ରଣୟେ ହରୌ ବିଗଳିତନିଜୋତ୍କର୍ଷାଦୀର୍ଷ୍ୟୋବଶେନ ଗତାନ୍ୟତଃ । କ୍ୱଚିଦପି ଲତାକୁଞ୍ଜେ ଗୁଞ୍ଜନ୍ନ‌ଧୁ ବ୍ରତମଣ୍ତଳୀ - ମୁଖରଶିଖରେ ଲୀନା ଦୀନାପ୍ୟୁବାଚ ରହଃ ସଖୀଂ ।୧। ଗୁଜ୍ଜରୀରାଗ ଯତିତାଳାଭ୍ୟାଂ ଗୀୟତେ । ସଞ୍ଚରଦ‌ଧରସୁଧାମଧୁର ଧ୍ୱନିମୁଖରିତ ମୋହନବଂଶଂ ଚଳିତଦୃଗଞ୍ଚଳମୌଳିକପୋଳବିଲୋଳବତଂସଂ ରାସେ । ହରିମିହ ବିହିତବିଳାସଂ ସ୍ମରତି ମନୋ ମମକୃତପରିହାସଂ ।୨। ଧ୍ରୁବଂ ଚନ୍ଦ୍ରକଚାରୁମୟୂରଶିଖଣ୍ତକମଣ୍ତଳ ବଳୟିତକେଶଂ । ପ୍ରଚୂରପୁରନ୍ଦରଧନୁରନୁରଞ୍ଜିତମେଦୁରମଦିରସୁବେଶଂ

ଚତୁର୍ଥଛାନ୍ଦ । ଆଷାଢ଼ଶୁକଳବାଣୀ । ଶୁଣ ସୁଜନେ ହୋଇ ସାବଧାନ । କ‌ହିଲା ସଜନୀ ଯେତେ ବଚନ । ଶୁଣି ରାଧିକା ଅତି ତାପ ମନେ । ବିହରଇ ଘନ ଘୋର ବିପିନେ । ଅତି ଅନୁରାଗ । ଧରିଅଛି ତାପ ହୃଦୟଭାଗ ।୧। ଭ୍ରମନ୍ତେ ତନୁ ନିଜ ତେଜ ନାଶ । କେବଣହିଁ କୁଞ୍ଜଲତା ପ୍ରବେଶ । ଭ୍ରମର ମଣ୍ତଳୀ ତ‌ଥି ଉପରେ । ମୁଖରାବଧ୍ୱନି କାମରେ ସ୍ଫୁରେ । ତା ଦେଖି ସୁମୁଖୀ । ଅତି ଦୁଃଖେ କ‌ହେ ଶୁଣ ଗୋ ସଖି ।୨। ଦେଖ ସଖି ହରି ଏଡ଼େ ନିର୍ଦ୍ଦୟ । କ୍ରୀଡ଼ଇ ଘେନି ଗୋପଜାୟାଚୟ । ମୋର ବିହୀନେ ରସକେଳିରସ । କରଇ ନାନା ପ୍ରକାରେ ବିଳାସ । ନାହିଁ ମୋରେ ଆଶ । ମୋ ମନ ସୁମରଇ କ୍ରୀଡ଼ାରସ ।୩। ଅମୀୟ ଅଧରେ ବେଣୁ ମଧୁର । ଚଳିତ ଲୋଚନ ଚଞ୍ଚଳ ଶିର । କପାଳୁଁ ଅବତଂଶ ପୁଷ୍ପମାନ । ଆଲୋଳ ହୁଅନ୍ତେ ଅତି ଶୋଭନ । ତା ପ୍ରସନ୍ନମୁଖ