ପୃଷ୍ଠା:Gita Gobinda 1921.pdf/୩୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୩ୟ ସର୍ଗଃ ଗୀତ ଗୋବିନ୍ଦ । ୨୯

ତାନି ସ୍ପର୍ଶସୁଖାନି ତେ ଚ ତରୁଣାଃ ସ୍ନିଗ୍‌ଧା ଦୃଶୋର୍ବିଭ୍ରମା ସ୍ତଦ୍‌ବତ୍ରାମ୍ବୁଜସୌରଭଂ ସ ଚ ସୁଧାସ୍ୟନ୍ଦୀଗିରାଂ ବକ୍ରିମା । ସା ବିମ୍ବାଧର ମାଧୁରୀତି ବିଷୟାସଙ୍ଗେପି ଚେନ୍ନାନସଂ ତସ୍ୟାଂ ଲଗ୍ନସମାଧି ହନ୍ତ ବିରହବ୍ୟାଧିଃ କଥଂ ବର୍ଧତେ ।୧୪। ଭ୍ରୂପଲ୍ଲବଂ ଧନୂରପାଙ୍ଗତରଙ୍ଗିତାନି ବାଣା ଗୁଣଃ ଶ୍ରବଣପାଳିରିତି ସ୍ମରେଣ । ତସ୍ୟାମନଙ୍ଗଜୟଜଙ୍ଗମଦେବତାୟା ମନ୍ତ୍ରାଣି ନିର୍ଜିତାଜଗନ୍ତି କିମର୍ପିତାନି ।୧୫।


ଅହି । କୁବଳୟଦଳମାଳ କଣ୍ଠେ ନୁହଇ ଗରଳ ଦେଲେ ମଳୟଜ ମୋର ଭସ୍ମ ନୁହଇ । ଶୁଣ କାମ କ‌ହଇ ତୋତେ । ନୀଳକଣ୍ଠ କୋଳେ କାନ୍ତା ଥାଇ କେମନ୍ତେ । ୧୩। ପ୍ରିୟାର ବିଚ୍ଛେଦେ ମୋର ତାପ ଅତି ଗୁରୁତର ଅନଳେ ଦ‌ହନପ୍ରାୟ ହେଉଛି ଅଙ୍ଗ । ତେଣେ ସେ ଏମାନ ତାଣି ହୃଦରେ ଅଛଇ ଘେନି ବିଚାରିଣ କୋପ ତୁ ହୋ କର ଅନଙ୍ଗ । ତୋତେ କାମ ବିନୟ କଲି । ପ୍ରହାର ନ‌କର ଶର ଶଙ୍କର ବୋଲି ।୧୪। ଶୁଣ ରାୟ ମନମଥ ତନୁଅତି ଅଶକତ ଚୂତଶରଚାପେ ଆଉ ନ ମାର ମୋତେ । ଲୀଳାଏ ଜିଣି ସଂସାର ତୈଲୋକ୍ୟେ ଗାରିମା ଯାର ମୋହଗଲା ପ୍ରାଣୀ ମାରି କି ଯଶ ତୋତେ । ମୃଗାକ୍ଷୀର କଟାକ୍ଷ ବାଣ । ଶରୀରେ ପଡ଼ି ଜର୍ଜର ହେଉଛି ପ୍ରାଣ । ୧୫। ଶୁଣ ତୁ କ‌ହଇ ସଖି ଅକଳଙ୍କଶଶିମୁଖି ଭ୍ରୂଲତା ତୋ ଫୁଲଧନୁ ନୟନ ଶର । ସେ ମୋର ମରମସ୍ଥାନେ ପୀଡ଼ୁଅଛି ଅନୁକ୍ଷଣେ କୁଟିଳକବରୀ ଜୀବ ଘେନିବ ମୋର । କ୍ରୂରଜନ ଏସନ ରୀତି । ଭ୍ରୂଲତା ଅପାଙ୍ଗ ବକ୍ର ସ୍ୱଭାବ ଗତି ।୧୬। ସୁରଙ୍ଗ ଅଧର ତୋର ପକ୍ୱବିମ୍ବଫଳାକାର ସ୍ୱଭାବେ ରଙ୍ଗ ତାହାର ବ‌ହିଣ ଅଛି । ସଦବୃତ୍ତ କୁଚଭାର ଚାରୁ ଏ ସରସ ଧୀର ଏ କି କେ ମୋହର ମର୍ମସ୍ଥାନ ଦ‌ହୁଛି । କୃପା ମୋରେ କର ସୁକେଶୀ । ମଜ୍ଜି ମଦନନ‌ଦୀରେ ଯାଉଛି ଭାସି ।୨୭। ପୁନରପି ବୋଲୁଛନ୍ତି ଚତୁର୍ଦ୍ଦଶଲୋକପରି