ପ୍ରକୃତ ସ୍ୱାମୀ ତେବେ ତାଙ୍କର ପ୍ରକୃତ ନାମ କଣ କହିଲ । ଶଶିସେଣା ସ୍ୱସ୍ୱାମୀଙ୍କର ନାମ 'ଅହିମାଣିକ୍ୟ' କହିବାରୁ ସେମାନେ କହିଲେ ଯେ ସେ ନିଜ ନାମ ଗୋପନ କରି ତୁମ୍ଭକୁ ଭୁଲାଇ ଦେଇ ଅଛନ୍ତି । ତୁମେ ତାଙ୍କ ସ୍ତ୍ରୀଙ୍କ ସମାନ ନୁହଁ, ଏହା କହି ସେମାନେ ଅନ୍ତର୍ହିତ ହେଲେ । ଶଶିସେଣାର ଏଥିରେ ମାନ ହେଲା । ଅହିମାନିକ୍ୟ ଚାଟୁ କରନ୍ତେ ସେ ଗାୟେଣୀଙ୍କ କଥା ସବୁ କହିଲା । ଅହିମାଣିକ୍ୟ ନାଗବଳୀଙ୍କ ଆସିବା ଜାଣିପାରି ଶଶିସେଣାକୁ ଭୁଲାଇବାକୁ ଚେଷ୍ଟା କରି କହିଲା, ଭିକ୍ଷୁଣୀଙ୍କ କଥା ଶୁଣିବା ଉଚିତ ନୁହେଁ । ଜ୍ଞାନଦେଈ ମାଲୁଣୀ କପଟରେ ଆସି ଏ ସବୁ ଭିଆଇଛି । ଶଶିସେଣା ଆଉ କିଛି ନ ଶୁଣି ଅହିମାଣିକ୍ୟକୁ ନିଜର ପ୍ରକୃତ ନାମ ପଚାରିଲା ଓ କହିଲା, ତୁମେ ନ କହିଲେ ମୁଁ ବିଷ ଖାଇ ମରିବି-ପିତାମାତା ଦେବତା ବ୍ରାହ୍ମଣଙ୍କ ଦୁହାଇ ଦେଇ ପୁଣି ପଚାରିଲା । ଏପରି ଜିଗର ଦେଖି ଅହିମାଣିକ୍ୟ ଭାରି ଦୁଃଖ କରି କହିଲା, ତମ ରାଶିକି ମୋ ନାମ ସହିବ ନାହିଁ ବୋଲି ମୁଁ କହି ନାହିଁ, ଆଜି ରାତିରେ ନିଶ୍ଚେ କହିବି, ତୁମେ ସ୍ନାନ ଭୋଜନାଦି କର” । ଅହମାଣିକ୍ୟ ଶଶିସେଣାକୁ ବିହଙ୍ଗମ ନଦୀ ତୀରକୁ ନେଇ ଯାଇ କହିଲା, “ତୁମ୍ଭର ମୋଠାରେ ଆଶ ନା ମୋ ନାଁରେ ଆଶ । ମୋର ନାଁରେ ଶରଧା-ଏହା ଶଶିସେଣା କହନ୍ତେ ଅହମାଣିକ୍ୟ ଶଶିସେଣା ପ୍ରତି ଦୁଃଖ ପ୍ରକାଶ କରି ନଦୀରେ ପ୍ରବେଶ ପୂର୍ବକ ନିଜର ନାମ ‘ହଳୀ’ କହି ସର୍ପ ରୂପରେ ପାତାଳ ପୁରକୁ ଚାଲିଗଲା । ଏଥିରେ ଶଶିସେଣାର ଯେ କରୁଣ ବିଳାପ କବି ବର୍ଣ୍ଣନା କରିଅଛନ୍ତି, ତାହା ଅତୁଳନୀୟ । ତାହା ପାଠକଲେ ପ୍ରସ୍ତର ହୃଦୟ ମଧ୍ୟ ତରଳି ଯିବ । ପତିପ୍ରାଣା ଶଶିସେଣାର କରୁଣ କାହାଣୀର କାରୁଣ୍ୟମୟ ମୂର୍ଚ୍ଛନା ମୂର୍ତ୍ତିମତୀ ହୋଇ ପ୍ରକୃତିର ତନ୍ତ୍ରୀ ତନ୍ତ୍ରୀ ଭେଦ