ପୃଷ୍ଠା:Sashi Sena.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତୃତୀୟ ଛାନ୍ଦ
୧୭
 

ଅନେକ ପ୍ରକାରେ ତୁମ୍ଭେ କଲ ମୋତେ ସେବା ।
ତୁମ୍ଭର ପୀରତି ନାସ୍ତି କେମନ୍ତେ କରିବା । ୪୭ ।
କୁମର ବୋଇଲା ଯେବେ ଜାଣିଲ ଗୋସାଇଁ ।
ଅଧିକ ଛାମୁରେ କିସ ଜଣାଇବି ମୁହିଁ । ୪୮।
ପିତାରୁ ଅଧିକ ଗୁଣେ ତୁମ୍ଭେ ଅଧିକାରୀ ।
ଭଗତି ଘେନିମା ପ୍ରଭୁ ଦୋଷ ନ ବିଚାରି । ୪୯ ।
ତୁମ୍ଭେ ସେ ମହତ ଅପରାଧୀ ଜନ ।
ତୁମ୍ଭେ କ୍ଷମା ନ କରିଲେ କେ କରିବା ପୁଣ । ୫୦ ।
ଅନେକ ଭାବେ ଭଗତି ଶୁଣି ମୁନିବର ।
ବେନି ଜନ ଘେନି ବିଜେ କଲେ ତୋଟାପୁର । ୫୧ ।
ରସାଳ ତରୁ ମୂଳେଣ ସ୍ଫଟିକ ଚଉଁରୀ ।
ତହିଁ ବିଜେ କରାଇଲେ କୁମର କୁମାରୀ । ୫୨ ।
ଯଥାବିଧି ପ୍ରକାରେଣ କରାବନ୍ତି ବିଭା ।
ଈଶ୍ୱର ପାର୍ବତୀ ପ୍ରାୟେ ପାଉଛନ୍ତି ଶୋଭା । ୫୩।
ଅନନ୍ତ ସିଦ୍ଧ ଯେ ତ‌ହିଁ ପୁରୋହିତ ହୋଇ ।
ତେତିଶ କୋଟି ଦେବତା ନିମନ୍ତ୍ରଣେ ଥାଇ । ୫୪ ।
କୋକିଳ-କାମିନୀ ଯେ ମଙ୍ଗଳଗୀତେ ଗାବେ ।
ଅଳି ମଲ୍ଲୀ-କମ୍ବୁ ଧରି ଘନ ଘନ ରାବେ । ୫୫ |


୫୨। ରସାଳ ତରୁ--ଆମ୍ବ ଗଛ ।

୫୫। କୋକିଳ-କାମିନୀ--ମାଈ କୋଇଲି । ଗାବେ - ଗାଆନ୍ତି । ଅବି ରାବେ-ମଲ୍ଲୀଫୁଲ ହେଲା (କମ୍ବୁ) ଶଙ୍ଖ, ଭଅଁର ତା ଉପରେ ଭଡ଼ି ଭଡ଼ି ବସିବାର ଦେଖି କବି କ‌ହୁଛନ୍ତି - ଭଅଁର ଏ ବାହାଘରରେ ଶଙ୍ଖୁଆ ହୋଇ ଶଙ୍ଖ ବଜାଉଅଛି ।

ଶଶିସେଣା