ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୧୬
ରାମଲୀଳା
ଶ୍ରୀରାମ ମହାବାହୁ ଦୂରୁ ଦେଖି ସୁବାହୁ
[୧]ମାରୀଚ ସଙ୍ଗତରେ ଘେନି
ରାମ ଲକ୍ଷ୍ମଣଙ୍କର ସମ୍ମୁଖରେ ସମର
କଲେକ ଆସି ଭାଇ ବେନି ହେ, ସୁଜ୍ଞଜନେ ।
ଶ୍ରୀରାମ ଶର କି କେଶରୀ
ବିଦାରିଲା ଅସୁର କରୀ
ଅସୁର ବଳ ତୃଣ ଶର କି ହୁତାଶନ
କ୍ଷଣେ ହେ ନ ଗଲେ ଉବୁରି ଯେ ।।
ଭ୍ରାତୃ[୨] ମରଣ ଚାହିଁ ମାରୀଚ ଧାଇଁ ଯାଇ
ଶ୍ରୀରାମ ନିକଟେ କହିଲା ।
କିମ୍ପା ଆମ୍ଭକୁ ମାରି ଧାତା ୟାକୁ ନ ପାରି
ସେ ଋଷି ଖାଇବ ବୋଇଲା ହେ, ମୁନିଜନେ ।
ଶ୍ରୀରାମ ଶୁଣିଣ ଉତ୍ତର
ବୋଇଲେ ଦେଖ ଧନୁଶର
ଏମନ୍ତରେ ମାରିବୁ ତୁମ୍ଭଙ୍କୁ ଯେ ନାଶିବୁ
ଦେଇ ଅଛନ୍ତି ବେଦବର ହେ [୩]।।
ଶ୍ରୀରାମ ବାକ୍ୟ ଶୁଣି[୪] ମୁଖୁ ନ ସ୍ଫୁରେ ବାଣୀ
ତକ୍ଷଣେ ହୋଇଲା ବୃଷଭ
ତାକୁ ପ୍ରାଣେ ନ ମାରି ହାବୁଡ଼ା ଶରେ କରି
ଫିଙ୍ଗିଣ ଦେଲେକ[୫] ରାଘବ ହେ, ସୃଜ୍ଞଜନେ ।
ଅସୁରମାନେ କ୍ଷୟ ଗଲେ[୬]
ମୁନିମାନେ ସେ ଯଜ୍ଞ କଲେ [୭]
ବୋଇଲେ ଦୀନ ବିଶି ଦେବତାମାନେ ଆସି
ଆକାଶୁ ପୁଷ୍ପ ବୃଷ୍ଟି [୮]କଲେ ହେ ।।