ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ଆଦ୍ୟକାଣ୍ଡ
ରାଗ–ଭୈରବ [୧]
କଉଶିକ ସଙ୍ଗେ ରାମ । ଗଲେ ଗଉତମାଶ୍ରମ[୨] ।।
ଦେଖିଲେ ତାଙ୍କୁ ଶ୍ରୀରାମ । ପଡ଼ିଛି ପାଷାଣ କ୍ରମ[୩] ।।
[୪]ତାପରେ ଉଠନ୍ତେ [୫]ରାମ । ବାହାର ହୋଇଲେ ହେମ ।।
ଗଉରୀ ନାରୀ ଉତ୍ତମ[୬] । ଯୁବତୀ ଅହଲ୍ୟା ନାମ ।।
ଶ୍ରୀରାମଙ୍କ ବେନି ପାଦ । ଘାତକୁ [୭]ବିଷକୁ ଗଦ ।।
ଛାଡ଼ିଲା ଶାପ ପ୍ରମାଦ । ହୋଇଲା ମହା ପ୍ରମୋଦ [୮]।।
କୃତାର୍ଥ ରମଣୀ ନେତ୍ର । ଦେଖି ଦଣରଥ ପୁତ୍ର [୯]।।
ପବିତ୍ର ହୋଇଲା ଗାତ୍ର । ଲାଗି ଶ୍ରୀଚରଣ ମାତ୍ର ।।
ଫଳ ମୂଳ ପୁଷ୍ପ ଘେନି[୧୦] । ପାଦକୁ ପୂଜେ କାମିନୀ ।।
ବୋଲେ ବିଶି ସଙ୍ଗେ ଘେନି । ମିଥିଳା ଗଲେକ ମୁନି[୧୧] ।।
ରାଗ-ବିଭାସ ମଙ୍ଗଳଗୁଜ୍ଜରୀ[୧୨]
ଶ୍ରାରାମ ପଚାରନ୍ତି ଭୋ ମୁନେ କହ ମୋତେ ।
ନାରୀ ଅବା ପାଷାଣ ସେ ହୋଇଲା କେମନ୍ତେ । ଘୋଷା
ମୁନି କହନ୍ତି ଶ୍ରୀରମ ଶୁଣ ହେ ସନ୍ଦେଶ[୧୩] ।
ଶକ୍ର ସକାଶୁ ହୋଇଲା ଏମନ୍ତ ଭବିଷ୍ୟ ।।
ଏକଦିନେ ଗଉତମ ତପ କରି ଗଲେ ।
ପୁରନ୍ଦର ଗଉତମ ଶରୀର ଧଇଲେ ।।
ପ୍ରବେଶ ହୋଇଲେ ଗଉତମଙ୍କ ସଦନ ।
ରମିଲେ ସେ ଋଷି ନାରୀ ଯୁବତୀ ରତନ ।।