ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୮୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୨୧
ଆଦ୍ୟକାଣ୍ଡ

ରାଗ–ଚଉତିଶାବାଣୀ
ଜନକ ମହାଋଷି ହସି କହନ୍ତି ରାଜ ସଭାକୁ ଅନାଇଁ ।
ସମସ୍ତ ମହୀପତିମାନେ ବସିଛ ମସ୍ତକ ପୋତି କିମ୍ପାଇଁ ବା ।
ଆଉ ମହୀରେ ନାହାନ୍ତି ବୀର, କେହି ଧନୁରେ ନ ଦେଲେ କର ।।
ରାବଣ ସହ‌ସ୍ରାର୍ଜ୍ଜୁନ [୧] ବାଣାସୁର ଆଉ ବୀର ଛନ୍ତି ଯେତେ ।
ଧନୁ ନ ଭାଙ୍ଗି କନ୍ୟାକୁ ନେବ ବୋଲି ବଚାରିଅଛ କି ଚିତ୍ତେ ବା ।।
ଗନ୍ଧର୍ବ କିନ୍ନର ପକ୍ଷ ନାଗ ନର ଇନ୍ଦ୍ର ଆଦି ଦିଗପାଳ ।
ଚଣ୍ଡାଳ ବ୍ରାହ୍ମଣ ପରିଯନ୍ତେ ହେଉ ଯାହା ଅଙ୍ଗେ ଥିବ ବଳ ବା ।
ଯେ ଶିବଧନୁ ଭାଙ୍ଗିବ ।
ସୁତନୁ ସୀତା ନିଶ୍ଚେ ପ୍ରାପ୍ତ ହେବ
ଏ ସତ୍ୟ ଗୀର ଅଟଇ ମୋହର କେବେହେଁ ଆନ ନୋହିବ ବା [୨]
ଜନକ ଭାରତୀ ଶୁଣି ନରପତିମାନେ ମଉନ ହୋଇଲେ ।
ବିଶ୍ୱାମିତ୍ରଙ୍କୁ ଚାହିଁଣ ରାମଚନ୍ଦ୍ର ଧନୁ ଦେଖିବା ବୋଇଲେ ବା ।
ଶୁଣିଣ ଜନକ ନୃପତି ସଭାରୁ ଶ୍ରୀଗମଚନ୍ଦ୍ରଙ୍କୁ ନେଲେ
ବୋଲେ ବିଶି ଧନୁ ମଞ୍ଜୁଷା ଅଣାଇ ଶ୍ରୀରାମଙ୍କୁ ଦେଖାଇଲେ ବା ।।
ରାଗ-ଆନନ୍ଦ ଭୈରବୀ
ଧନୁ ଧରି ରାମ ହୋଇଲେ ଉଭା ଲକ୍ଷେ ନୃପତିରେ ଦିଶନ୍ତି ଶୋଭା
ବାମଦେବ କୋଦଣ୍ଡ ହୋଇଲା ବେନି ଖଣ୍ଡ ।
ଧ୍ୱନି କଲା ପ୍ରଚଣ୍ଡ ମୋହେ ସକଳ ପିଣ୍ଡ ।। ଘୋଷା ।
ଲକ୍ଷ୍ମଣ କରେ ନେଇ ଧରୁଶର ରାଜ ସଭାକୁ ବୋଲନ୍ତି ଉତ୍ତର
ପାରିଲେ ସକଳ ଧନୁକୁ ଧର
ଧନୁ ଭାଙ୍ଗି ଯଶ ରଖ ମହୀର ।।

  1. ସସ୍ର ଅର୍ଜ୍ଜୁନ ପୋଥି ପାଠ
  2. ଯେ ଶିବଧନୁ..... : ଆନ ନୋହିବ ପର୍ଯ୍ୟନ୍ତ ପୋଥିରେ ନାହିଁ ।